ହଲିଉଡ ଅଭିନେତା ଷ୍ଟିଫେନ ବସଙ୍କ ପରଲୋକ

ଲସ ଆଞ୍ଜେଲସ,୧୫ ।୧୨: ହଲିଉଡ ଇଣ୍ଡଷ୍ଟ୍ରିର ବେଶ ଜଣାଶୁଣା ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସଙ୍କର ପରଲୋକ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ୧୩ ଡିସେମ୍ବର ୨୦୨୨ରେ ଅଭିନେତାଙ୍କ ପରଲୋକ ହୋଇଛି । କୁହାଯାଉଛି କି ବସ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି । ଷ୍ଟିଫେନ ବସ ‘ଦ ଏଲିନ ଡି ଜଁନର୍ସ’ ଓ ‘ସୋ ୟୁ ଥିଙ୍କ ୟୁ କ୍ୟାନ ଡ୍ୟାନ୍ସ’ ଭଳି ଶୋ’ ପାଇଁ ବେଶ ପପୁଲାର ଥିଲେ । ଏହା ବ୍ୟତୀତ ସେ ତାଙ୍କର ଚମତ୍କାର ଡ୍ୟାନ୍ସ ପାଇଁ ବି ବେଶ ପରିଚିତ ।
ମିଡିଆ ରିପୋର୍ଟସ ଅନୁଯାୟୀ, ଷ୍ଟିଫେନଙ୍କ ମୃତଦେହ ଲସ ଆଞ୍ଜେଲସର ଏକ ହୋଟେଲ ରୁମରୁ ମିଳିଛି । ଏପଟେ ଷ୍ଟିଫେନଙ୍କ ପତ୍ନୀ ଏଲିସନ ହଂକର କହିଛନ୍ତି, ବସ ତାଙ୍କ କାର ନ ନେଇ ଘରୁ ଚାଲିଯାଇଥିଲେ, ଯାହା ଆଶ୍ଚର୍ଯ୍ୟକର । କାରଣ ବସ ତାଙ୍କ ଗାଡି ବିନା କେଉଁଠିକି କେବେବି ଯାଆନ୍ତି ନାହିଁ ।
ଷ୍ଟିଫେନ ବସଙ୍କ ଅକାଳ ବିୟୋଗକୁ ନେଇ ଚକିତ ହୋଇଛନ୍ତି ପରିବାର ସଦସ୍ୟ । ଏହା ସହ ଏହି ଖବର ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, କି ଷ୍ଟିଫେନ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ହେଲେ ଏହା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share