ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ଆମେରିକା

ଓ୍ବାଶିଂଟନ,୭ା୭: ରୁଷିଆ ସହିତ ୟୁକ୍ରେନ୍‌ର ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏହା ଘୋଷଣା କରାଯିବ। ଆମେରିକାର ୩ଜଣ ଅଧିକାରୀ କହିଛନ୍ତି, ୟୁକ୍ରେନକୁ ଦିଆଯିବାକୁ ଥିବା ଅସ୍ତ୍ର ପ୍ୟାକେଜରେ କ୍ଲଷ୍ଟର ବୋମା ରହିବ। ଯାହା ୧୫୫ ମିଲିମିଟର ହାଓ୍ବିଜର ତୋପରୁ ଗୁଳି ଚଳାଇବ।

ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ଜାତୀୟ ସୁରକ୍ଷା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ୨୦୦୮ରେ କ୍ଲଷ୍ଟର ବୋମା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୧୦୮ ଦେଶ ମିଳିତ ଜାତିସଂଘ ସମ୍ମିଳନୀରେ ସ୍ବାକ୍ଷର କରିଛନ୍ତି। ଏଥି ମଧ୍ୟରେ ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଆମେରିକାର ସହଯୋଗୀମାନେ ଅଛନ୍ତି।
ଯୁଦ୍ଧରେ ଉଭୟ ପକ୍ଷ କ୍ଲଷ୍ଟର ବୋମା ବ୍ୟବହାର କରୁଛନ୍ତି।

ଅନ୍ୟପକ୍ଷରେ ତିନୋଟି ଦେଶ ରୁଷିଆ, ଆମେରିକା ଏବଂ ୟୁକ୍ରେନ କ୍ଲଷ୍ଟର ବୋମା ବ୍ୟବହାର ଉପରେ ନିଷେଧାଦେଶରେ ଜାତିସଂଘର ୨୦୦୮ ଚୁକ୍ତିନାମା ସ୍ବାକ୍ଷର କରିନାହାନ୍ତି। ଜେଲେନ୍‌ସ୍କି ଦୀର୍ଘଦିନ ଧରି ଆମେରିକାର କ୍ଲଷ୍ଟର ବୋମା ଦାବି କରିଆସୁଥିଲେ। ସେ କହିଛନ୍ତି, ଏହି ବୋମା ବ୍ୟବହାର କରି ସେମାନେ ରୁଷିଆ ସୈନ୍ୟଙ୍କୁ ସହଜରେ ନଷ୍ଟ କରିବାରେ ସକ୍ଷମ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri