ବ୍ରିଟେନରେ ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର ହେବ ମୁତୟନ, ହିରୋସୀମାଠାରୁ ୩ ଗୁଣା ଶକ୍ତିଶାଳୀ,ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୨୭।୧ : ଆମେରିକା ଏପରି ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଯାହାକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆଦୌ ପସନ୍ଦ କରିବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବଢୁଥିବା ବିପଦ ମଧ୍ୟରେ ଆମେରିକା ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବ୍ରିଟେନରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରୁଛି। ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ, ପ୍ରସ୍ତାବ ଅନୁସାରେ ହିରୋସୀମାଠାରୁ ତିନି ଗୁଣା ଅଧିକ ଶକ୍ତିଶାଳୀ ଆଣବିକ ବୋମା ମୁତୟନ କରିବାର ଯୋଜନା ରହିଛି। ଏହି ନିୟୋଜନ ରୟାଲ ବାୟୁସେନା ଲେକନହିଥରେ ହେବ। ଏହି ମୁତୟନ ଏପରି ଏକ ସମୟରେ ହେବ ଯେତେବେଳେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି।

ଆମେରିକା ପୂର୍ବରୁ ଆରଏଏଫ ଲାକେନହିଥରେ ପରମାଣୁ କ୍ଷେପଣାସ୍ତ୍ର ନିୟୋଜିତ କରିଥିଲା। ୨୦୦୮ରେ ମସ୍କୋରୁ ଶୀତଯୁଦ୍ଧର ଧମକ କମିଯିବା ପରେ ଏସବୁକୁ ହଟାଇ ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ପେଣ୍ଟାଗନ ଡକ୍ୟୁମେଣ୍ଟଗୁଡିକ ଦର୍ଶାଉଛି ଏୟାରବେସରେ ଏକ ନୂତନ ସୁବିଧା ପାଇଁ ଚୁକ୍ତିନାମା ଲାଗି ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି କୌଣସି ସ୍ଥାନରେ ପରମାଣୁ ଅସ୍ତ୍ରର ଉପସ୍ଥିତିକୁ ନିଶ୍ଚିତ କିମ୍ବା ଅସ୍ବୀକାର କରିବା ବ୍ରିଟେନ ଏବଂ ନାଟୋ ନୀତି।

ସମ୍ପ୍ରତି ନାଟୋ ଏବଂ ରୁଷିଆ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ଲୋକଙ୍କୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ସପ୍ତାହେ ପୂର୍ବରୁ ବ୍ରିଟିଶ ସେନାର ବିଦାୟୀ ମୁଖ୍ୟ ଜେନେରାଲ ସାର୍‌ ପାଟ୍ରିକ ସାଣ୍ଡର୍ସ କହିଥିଲେ ଏକ ସମ୍ଭାବ୍ୟ ବିବାଦ ପାଇଁ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ୭୪,୦୦୦ ସୈନିକଙ୍କ ସେନାରେ ଅତି କମରେ ୪୫,୦୦୦ ରିଜର୍ଭ ଏବଂ ସାଧାରଣ ନାଗରିକଙ୍କ ନିଯୁକ୍ତି ଆବଶ୍ୟକ। ତେବେ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କାର୍ଯ୍ୟାଳୟ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପକୁ ଅସ୍ବୀକାର କରି ସେନା ସେବା ସ୍ବେଚ୍ଛାକୃତ ବୋଲି କହିଛି।

ଆମେରିକାର ନୌସେନା ସଚିବ କାର୍ଲୋସ ଡେଲ ଟୋରୋ ବର୍ତ୍ତମାନର ବିପଦକୁ ଦୃଷ୍ଟିରେ ରଖି ବ୍ରିଟେନକୁ ନିଜର ସଶସ୍ତ୍ର ବାହିନୀର ଆକାରର ପୁନଃମୂଲ୍ୟାଙ୍କନ କରିବାକୁ ଅନୁରୋଧ କରିଛନ୍ତି। ଅବଶ୍ୟ, ଡାଉନିଂ ଷ୍ଟ୍ରିଟ ପ୍ରତିରକ୍ଷା ପାଇଁ ବ୍ରିଟିଶ ସରକାରଙ୍କ ଖର୍ଚ୍ଚକୁ କମ କରିଛି। ସେ କହିଛନ୍ତି ସାମରିକ ଶକ୍ତି ଯୋଗୁ ଲୋହିତ ସାଗରରେ ହୋଉଥି ବିଦ୍ରୋହୀଙ୍କ ବିରୋଧରେ ବ୍ରିଟେନକୁ ଆମେରିକା ପାଇଁ ପସନ୍ଦଯୋଗ୍ୟ ଅଂଶୀଦାର ହୋଇଛି। ଯଦିଓ, ଫାୟାର ପାଓ୍ବାର ଥଣ୍ଡେକ୍ସ ଅନୁସାରେ ରୁଷିଅ ଏବଂ ବ୍ରିଟେନର ସୈନ୍ୟବାହିନୀକୁ ତୁଳନା କଲେ ରୁଷିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବ୍ରିଟେନ ଷଷ୍ଠ ସ୍ଥାନରେ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କ ନିଷ୍ପତ୍ତି ନେଇ ପୁଟିନଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

Share