ଚାଇନାକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ୍‌,୧୭।୧୧: ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଉଦ୍ଦେଶ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ତାଇୱାନ ପ୍ରସଙ୍ଗରେ ସେ ଯେକୌଣସି ସ୍ତରକୁ ଯାଇପାରିବେ ଜିନପିଙ୍ଗ କହିଛନ୍ତି। ତେବେ ତାଇୱାନର ସମର୍ଥନରେ ଛିଡା ହୋଇଥିବା ଆମେରିକା ମଧ୍ୟ ଏହି ପ୍ରସଙ୍ଗକୁ ନିଜ ଇଜ୍ଜତର ପ୍ରଶ୍ନ ବୋଲି ବିବେଚନା କରୁଛି। ଆମେରିକା ପୁଣି ଥରେ ଚାଇନାକୁ ଚେତାବନୀ ଦେଇଛି। ଆମେରିକାର ବରିଷ୍ଠ ସାମରିକ ଅଧିକାରୀ ମାର୍କ ମିଲି କହିଛନ୍ତି, ତାଇୱାନ ଉପରେ ଆକ୍ରମଣ ଚାଇନା ପାଇଁ ଏକ ‘ରଣନୀତିକ ଭୁଲ’ ହେବ। ତାଇୱାନ ଉପରେ ଆକ୍ରମଣ ଏବଂ ଅବରୋଧ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ତାଇୱାନର ଅଧିକାଂଶ ଅଂଶ ଏକ ପାର୍ବତ୍ୟ ଦ୍ୱୀପ। ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସାମରିକ ଉଦ୍ଦେଶ୍ୟ। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯେପରି ଭୁଲ କରିଥିଲେ ଜିନପିଙ୍ଗ ସେପରି ଭୁଲ କଲେ ତାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ।

Share