Advertisement

ଚାଇନାକୁ ଚେତାବନୀ ଦେଲା ଆମେରିକା

ଓ୍ବାଶିଂଟନ୍‌,୧୭।୧୧: ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ଉଦ୍ଦେଶ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇଛନ୍ତି। ତାଇୱାନ ପ୍ରସଙ୍ଗରେ ସେ ଯେକୌଣସି ସ୍ତରକୁ ଯାଇପାରିବେ ଜିନପିଙ୍ଗ କହିଛନ୍ତି। ତେବେ ତାଇୱାନର ସମର୍ଥନରେ ଛିଡା ହୋଇଥିବା ଆମେରିକା ମଧ୍ୟ ଏହି ପ୍ରସଙ୍ଗକୁ ନିଜ ଇଜ୍ଜତର ପ୍ରଶ୍ନ ବୋଲି ବିବେଚନା କରୁଛି। ଆମେରିକା ପୁଣି ଥରେ ଚାଇନାକୁ ଚେତାବନୀ ଦେଇଛି। ଆମେରିକାର ବରିଷ୍ଠ ସାମରିକ ଅଧିକାରୀ ମାର୍କ ମିଲି କହିଛନ୍ତି, ତାଇୱାନ ଉପରେ ଆକ୍ରମଣ ଚାଇନା ପାଇଁ ଏକ ‘ରଣନୀତିକ ଭୁଲ’ ହେବ। ତାଇୱାନ ଉପରେ ଆକ୍ରମଣ ଏବଂ ଅବରୋଧ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ତାଇୱାନର ଅଧିକାଂଶ ଅଂଶ ଏକ ପାର୍ବତ୍ୟ ଦ୍ୱୀପ। ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସାମରିକ ଉଦ୍ଦେଶ୍ୟ। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯେପରି ଭୁଲ କରିଥିଲେ ଜିନପିଙ୍ଗ ସେପରି ଭୁଲ କଲେ ତାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଯାତ୍ରା କରିବାରେ ବ୍ରାନ୍‌ସନ୍‌ ପ୍ରଥମ ବିଲିୟନେୟାର

ଓ୍ବାଶିଂଟନ୍‌, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍‌ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ...

ପାକିସ୍ତାନର ପ୍ରଧାନମନ୍ତ୍ରୀ ଦୌଡରେ ଶହବାଜ ଶରିଫ

ଇସଲାମାବାଦ,୧୦ ।୪: ପାକିସ୍ତାନରେ ଶନିବାର ରାତି ଅଧରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଂସଦରେ ଇମ୍ରାନ ଖାଁଙ୍କ ବିରୋଧରେ ହୋଇଥିବା...

ଶ୍ରୀଲଙ୍କାରେ ମହଙ୍ଗା ମାଡ: ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇ ଲୋକଙ୍କ ମୃତ୍ୟୁ

କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ...

ସଙ୍କଟରେ ପୃଥିବୀ: ବିଶ୍ୱ ନେତାଙ୍କୁ ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାର ବାର୍ଷିକ ଶୀର୍ଷ ସ୍ତରୀୟକ ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘର...

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୯।୫: ଦେଶରେ ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେ ସୋମବାର ଇସ୍ତଫା ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ବିରୋଧୀଙ୍କ ଦାବିରେ ରାଜପାକ୍‌ସେ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା...

ୟୁକ୍ରେନ ଡ୍ୟାମ ଉପରେ ରୁଷିଆର ମିଶାଇଲ ମାଡ, ସାମୁହିକ କବରରୁ ମିଳିଲା ୪୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୯: ଦୀର୍ଘ ପ୍ରାୟ ୭ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଉଭୟ ଉଭୟଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏବେ...

ମୋରାଲିଟି ପୋଲିସ ହଟିଲା

ତେହରାନ,୫ା୧୨: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଅଁାଇଛନ୍ତି ଇରାନର ଇବ୍ରାହିମ ରଇସି ସରକାର। ଧର୍ମୀୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ମୋରାଲିଟି ପୋଲିସ...

Advertisement
Archives

Model This Week