ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୧୧।୧୦: ଇସ୍ରାଏଲ ଏବଂ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସୈନ୍ୟବାହିନୀ ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡାରୁ ହତ୍ୟା କରୁଛି। ତେବେ ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ ଗସ୍ତ କରୁଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ ଗସ୍ତ କରୁଛନ୍ତି। ଗସ୍ତ ସମୟରେ ସେ ଇସ୍ରାଏଲର ବରିଷ୍ଠ ନେତାମାନଙ୍କୁ ଭେଟିବେ। ଇସ୍ରାଏଲକୁ ଏହି ବିପଦ ସମୟରେ ସମର୍ଥନ କରିବା ଉଦ୍ଦେଶ୍ୟରେ ସେ ଗସ୍ତ କରୁଛନ୍ତି। ସେମାନେ ସମ୍ମୁଖୀନ ହେଉଥିବା ପରିସ୍ଥିତି ବିଷୟରେ ସିଧାସଳଖ ଜାଣିବାକୁ ଆଣ୍ଟୋନି ଆମେରିକା ପହଞ୍ଚି ଆଲୋଚନା କରିବେ।

Share