ବୁଡ଼ାଜାହାଜ ପଠାଇବା କଥାକୁ ଅସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୩ା୨: ଆମେରିକାର ବୁଡ଼ାଜାହାଜ ରୁଷିଆର ସାମୁଦ୍ରିକ ସୀମାରେ ପ୍ରବେଶ କରି ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରିଛି ଏବଂ ୟୁକ୍ରେନ ସହିତ ତିକ୍ତତା ବୃଦ୍ଧି ପାଇଁ କାର୍ଯ୍ୟ କରିଛି ବୋଲି ରୁଷିଆ ଅଭିଯୋଗ କରିଥିଲା। ତେବେ ଏହାକୁ ଖଣ୍ଡନ କରିଛି ଆମେରିକା। ରୁଷିଆ କହିଛି, ଯୁଦ୍ଧ ଜାହାଜ ମାର୍ଶଲ ଶାପୋଶନିକୋଭକୁ ଏହି ବୁଡ଼ା ଜାହାଜ ପଛରେ ପଠାଇଥିଲା, ଯାହା ପରେ ବୁଡ଼ାଜାହାଜ ପଳାଇ ଯାଇଥିଲା। ରୁଷିଆର ଏପରି ଅଭିଯୋଗ ଉପରେ ଏହି ପେଣ୍ଟାଗନ ମୁଖପାତ୍ର ଏହାକୁ ମିଥ୍ୟା ବୋଲି କହିଛନ୍ତି। ଏହା ଭର୍ଜିନିଆର ବୁଡ଼ାଜାହାଜ ଥିଲା ବୋଲି କହିଛନ୍ତି।

Share