ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ନଭେମ୍ବର ୩ରେ ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ସାନି ଆକ୍ରମଣ ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେବା ପରେ ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଓ ଅତିରିକ୍ତ ସୈନ୍ୟ ପଠାଯାଇଛି।
ବୁଧବାର ଇସ୍ରାଏଲ୍ ଯାଉଥିବା ଫ୍ଲାଏଦୁବାଇ ବିମାନର କ୍ୟାପ୍ଟେନ୍ଙ୍କୁ ଛୁରାମାଡ଼ କରିଥିବା କୋ-ପାଇଲଟ୍ଙ୍କର ଇରାନ ସହ ସମ୍ପୃକ୍ତି ଥିବାର ସୂଚନା ମିଳିଥିବା ଟ୍ରମ୍ପ୍ କହିଛନ୍ତି। ଯଦି କୋ-ପାଇଲଟ୍ଙ୍କର ଇରାନ ସହ ସମ୍ପୃକ୍ତି ଥିବା ପ୍ରମାଣିତ ହୁଏ, ତେବେ ଆମେରିକା ଜବାବୀ ଆକ୍ରମଣ କରିବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇଥିଲେ। ଇତିମଧ୍ୟରେ ମଧ୍ୟପ୍ରାଚ୍ୟକୁ କେତେକ ଜାହାଜରେ ୭,୦୦୦ରୁ ଊର୍ଦ୍ଧ୍ୱ ନାବିକ ଓ ୨,୦୦୦ରୁ ଅଧିକ ନୌସେନା ଯାଇଛନ୍ତି।