ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ ଯାଉଥିବା ଏହି ପ୍ରଜାତିକୁ ସଂରକ୍ଷିତ କରାଯାଇ ପାରିବ।

ବିଲୁପ୍ତପ୍ରାୟ ପ୍ରଜାତି ଅଧିନିୟମ (ଇଏସଏ) ଅନୁଯାୟୀ ସୋମବାର ଜାରି କରାଯାଇଥିବା ଏକ ଫେଡେରାଲ ବିଜ୍ଞପ୍ତି ଅନୁଯାୟୀ ଆରିଜୋନା ସ୍ଥିତ ସରୀସୃପ ବ୍ୟାଙ୍କ ଫିନିକ୍ସ ହେର୍ପେଟୋଲୋଜିକାଲ ସୋସାଇଟି ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରୁ ୬ଟି ଘାଡିଆଲ ଏବଂ ସମାନ ସଂଖ୍ୟକ ଆଲିଗେଟର ଆମଦାନୀ କରିବାକୁ ଚାହୁଁଛି। ଏଥିପାଇଁ ଏହା ଆମେରିକାର ଫେଡେରାଲ ଏଜେନ୍ସି ୟୁଏସ ଫିସ ଏବଂ ୱାଇଲ୍ଡ ଲାଇଫ ସର୍ଭିସର ଅନୁମତି ପାଇଁ ଆବେଦନ କରିଛି। ଏ ବାବଦରେ କେନ୍ଦ୍ର ସରକାର ଜନସାଧାରଣଙ୍କ ମତାମତ ଲୋଡିଛନ୍ତି।
ଆମେରିକାର ମତ୍ସ୍ୟ ଏବଂ ବନ୍ୟପ୍ରାଣୀ ସେବା ବିଭାଗ ହେଉଛି ଆମେରିକାର ବନ୍ୟଜନ୍ତୁଙ୍କ ବାସସ୍ଥାନ ପରିଚାଳନା, ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ଏବଂ ସ୍ଥାନାନ୍ତରିତ ପକ୍ଷୀମାନଙ୍କର ପରିଚାଳନା ପାଇଁ ଆମେରିକାର ଫେଡେରାଲ ଏଜେନ୍ସି।

Share