ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍‌ ଫ୍ରାନ୍‌ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ ବ୍ୟବସାୟୀମାନଙ୍କୁ ୫ ଲକ୍ଷ ଡଲାର (ପ୍ରାୟ ୪ କୋଟି ୨୮ ଲକ୍ଷ ଟଙ୍କା)ର କ୍ଷତି ସହିବାକୁ ପଡ଼ିଛି।
ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତରୁ ଏୟାର ଗାର୍ଗୋ ଯୋଗେ ୧୫ ଶିପ୍‌ମେଣ୍ଟରେ ଆମ୍ବ ପଠାଯାଇଥିଲା। ମୁମ୍ବାଇରୁ ରପ୍ତାନି ପୂର୍ବରୁ ମେ’ ୮ ଓ ୯ ତାରିଖରେ ନଭି ମୁମ୍ବାଇରେ ଥିବା ୟୁନାଇଟେଡ୍‌ ଷ୍ଟେଟ୍ସ ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍ଚର (ୟୁଏସ୍‌ଡିଏ) ପ୍ରତିନିଧିଙ୍କ ତତ୍ତ୍ୱାବଧାନରେ ଆମ୍ବଗୁଡ଼ିକୁ ରେଡିଏଶନ୍‌ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟା ଜରିଆରେ ଯାଞ୍ଚ କରାଯାଇଥିଲା। ପିପିକ୍ୟୁ ୨୦୩ ଫର୍ମର ଆବଶ୍ୟକତା ଅନୁସାରେ ଉକ୍ତ ପ୍ରକ୍ରିୟାରେ ଆମ୍ବରେ କୀଟାଣୁନାଶ କରି ଏହାକୁ ଅଧିକ ସମୟ ସତେଜ ରଖିବା ସକାଶେ ବିକିରଣର ନିୟନ୍ତ୍ରିତ ଡୋଜ୍‌ ଦିଆଯାଇଥାଏ। ଆମେରିକାକୁ କୌଣସି ଫଳ ରପ୍ତାନି କରିବାକୁ ହେଲେ ଏହି ପ୍ରକ୍ରିୟା ଆପଣାଇବା ବାଧ୍ୟତାମୂଳକ କରାଯାଇଛି। ଏହା କରାଯିବା ସତ୍ତ୍ୱେ ଆମେରିକୀୟ ଅଧିକାରୀମାନେ ପିପିକ୍ୟୁ ୨୦୩ ଫର୍ମରେ ତ୍ରୁଟି ଥିବା ଦର୍ଶାଇ କଣ୍ଟେନରଗୁଡ଼ିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ରପ୍ତାନିକାରୀଙ୍କୁ ଦୁଇଟି ବିକଳ୍ପ ଦିଆଯାଇଥିଲା- ଆମ୍ବଗୁଡ଼ିକୁ ନଷ୍ଟ କରିଦିଅ କିମ୍ବା ଭାରତକୁ ଫେରାଇ ନିଅ। ତେବେ ଭାରତକୁ ଆମ୍ବ ଫେରାଇ ଆଣିବା ବ୍ୟୟବହୁଳ ହୋଇଥିବାରୁ ରପ୍ତାନିକାରୀମାନେ ସେଗୁଡ଼ିକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିସହ ଅନ୍ତର୍ଜାତୀୟ ବଜାରର ମାନକ ପୂରଣ ଦିଗରେ ଅଧିକ ଯନତ୍ବାନ ହେବା ଆବଶ୍ୟକ ବୋଲି ବାର୍ତ୍ତା ଦେଇଛି। ଅନେକ ଭାରତୀୟ ବ୍ୟବସାୟିକ ସଂସ୍ଥା ଭବିଷ୍ୟତରେ ଏପରି କ୍ଷତି ଏଡ଼ାଇବା ପାଇଁ ବର୍ତ୍ତମାନ ନିୟାମକ କର୍ତ୍ତୃପକ୍ଷମାନଙ୍କ ମଧ୍ୟରେ ଉନ୍ନତ ସମନ୍ବୟ ରକ୍ଷା ଦାବି କରିଛନ୍ତି। ବିଶ୍ୱରେ ଭାରତୀୟ ଆମ୍ବର ଚାହିଦା ରହିଥିବାବେଳେ ଆମେରିକାର ଏପରି ପ୍ରତ୍ୟାଖ୍ୟାନ ଯୋଗୁ ବ୍ୟବସାୟୀମାନଙ୍କୁ ଝଟ୍‌କା ଲାଗିଛି। ଆଗାମୀ ଋତୁରେ ଏପରି ସମସ୍ୟା ଏଡ଼ାଇବା ଲାଗି ସେମାନେ ଆହୁରି ଅଧିକ ପ୍ରସ୍ତୁତ ହେବେ ବୋଲି କହିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀ ଏହାଦ୍ୱାରା ଆମେରିକା ସହ ଭାରତର ବାଣିଜି୍ୟକ ସମ୍ପର୍କ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri