ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ମୋଦି ସରକାରଙ୍କୁ ଏମିତି କ’ଣ କହିଲା ଆମେରିକା, ଯାହା ହେଉଛି ଭାଇରାଲ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୩: ବାଇଡେନ ପ୍ରଶାସନ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ନିକଟରେ ସିଏଏ ଉପରେ ମନ୍ତବ୍ୟ ଦେବା ପରେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ଆମେରିକାରୁ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ସେ କହିଛନ୍ତି ଯେ ନ୍ୟାୟ, ସମୟାନୁବର୍ତ୍ତୀ ଏବଂ ସ୍ବଚ୍ଛ ଆଇନଗତ ପ୍ରକ୍ରିୟା ପାଇଁ ଆମେ ସେଠାରେ ସରକାରଙ୍କୁ ପ୍ରେତ୍ସାହିତ କରୁଛୁ।

ରଏଟର୍ସ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ ସମୟରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଇଁ ଏକ ନ୍ୟାୟପୂର୍ଣ୍ଣ, ସ୍ବଚ୍ଛ ଏବଂ ଠିକ ସମୟରେ ଆଇନଗତ ପ୍ରକ୍ରିୟା ପାଇଁ ଆମେ ଭାରତ ସରକାରଙ୍କୁ ପ୍ରେତ୍ସାହିତ କରୁଛୁ। ଏହା ପୂର୍ବରୁ ୱାଶିଂଟନରୁ ସିଏଏ ବିଷୟରେ ଏକ ବିବୃତ୍ତି ମଧ୍ୟ ଆସିଥିଲା ।

Share