ଭାରତର ଆର୍ଥିକ ନୀତିକୁ ପ୍ରଶଂସା କଲେ ଆଇଏମ୍‌ଏଫ୍‌ ମୁଖ୍ୟ

ୱାଶିଂଟନ,୧୫।୧: କରୋନା ଭାଇରସ ସମୟରେ ଭାରତର ଆର୍ଥିକ ନୀତିକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଖ୍ରୀଷ୍ଟିନା ଜର୍ଜିଆଭା। କରୋନା ଏବଂ ଏହାର ଅର୍ଥନୈତିକ ପ୍ରଭାବକୁ ମୁକାବିଲା କରିବା ପାଇଁ ଭାରତ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଭାରତ ଅଧିକ ଟାର୍ଗେଟେଡ ଲକଡାଉନ ଆଡକୁ ଗଲା। ଫଳରେ ଏହାର ଅର୍ଥନୈତିକ କାର୍ଯ୍ୟକଳାପରେ ଏକ ଉଲ୍ଲେଖନୀୟ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି। ଜାନୁଆରୀ ୧୪ରେ ଅନୁଷ୍ଠିତ ଗ୍ଲୋବାଲ ମିଡିଆ ରାଉଣ୍ଡ ଟେବୁଲ ସମୟରେ ଜର୍ଜିଆ ଆଗାମୀ ବିଶ୍ୱ ଅର୍ଥନୈତିକ ଅପଡେଟ୍‌ରେ ଭାରତର ଉନ୍ନତ ପ୍ରଦର୍ଶନ ପାଇଁ ପୂର୍ବାନୁମାନ କରିଛନ୍ତି। ଆଇଏମ୍‌ଏଫ୍‌ ଏହି ଅପଡେଟ ଜାନୁଆରୀ ୨୬ରେ ପ୍ରକାଶ କରିବ।

 

Share