Categories: ଜାତୀୟ

ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ

ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆମେରିକା ସରକାର ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପ୍ୟାକେଜ ଯୋଗାଇବା ନିଷ୍ପତ୍ତିକୁ ଭାରତ ଭାରତର ଚିନ୍ତା ପ୍ରକଟ କରିଥିବା ସେ କହିଛନ୍ତି।
ରାଜନାଥ ସିଂ କହିଛନ୍ତି, ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ କଥାବାର୍ତ୍ତା ଫଳପ୍ରଦ ହୋଇଛି। ଦୁଇ ଦେଶ ମଧ୍ୟରେ ରଣନୈତିକ ସ୍ବାର୍ଥର ସମ୍ମିଶ୍ରଣ ବୃଦ୍ଧି ଏବଂ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବା। ବୈଷୟିକ ଏବଂ ଶିଳ୍ପ ସହଯୋଗକୁ ମଜଭୁତ କରିବା ଏବଂ ଜଟିଳ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ କରିବାକୁ ଆମ ମଧ୍ୟରେ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ,ସେପ୍ଟେମ୍ବର ୮ରେ, ବାଇଡେନ ପ୍ରଶାସନ ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୪୫୦ ମିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା। ଗତ ଚାରି ବର୍ଷ ମଧ୍ୟରେ ଇସଲାମାବାଦକୁ ୱାଶିଂଟନ ଦେଇଥିବା ଏହା ହେଉଛି ପ୍ରଥମ ପ୍ରମୁଖ ସୁରକ୍ଷା ସହାୟତା। ଭାରତ ଏ ବିଷୟରେ ଚିନ୍ତା ପ୍ରକଟ କରିଛି। ଆମେରିକା ଏହି ପଦକ୍ଷେପକୁ ଯଥାର୍ଥ ବୋଲି କହିଛି। ଆମେରିକା କହିଛି ଯେ, ଏହି ସହାୟତା ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

Share