କରୋନାକୁ ନେଇ ଏବେବି ମିଛ କହୁଛି ଚାଇନା!

ୱାଶିଂଟନ,୮ ।୨: ଏବେ ଯଦିଓ କରୋନା ମହାମାରୀର ପ୍ରକୋପ ଚାଇନାରେ କମ୍ ହୋଇଯାଇଛି ତଥାବି ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାକୁ ନେଇ ଏବେବି କିଛି ତଥ୍ୟ ଲୁଚାଉଛି ଚାଇନା । ଆମେରିକା ବୈଦେଶିକ ମନ୍ତ୍ରୀ କିଛିଦିନ ତଳେ କହିଥିଲେ କି ବିଶ୍ୱରେ କରୋନା ବ୍ୟାପିବା ପଛରେ ବେଜିଂର ଭୂମିକା ରହିଛି । ଏହାସହ ସେ ଆହୁରି ମଧ୍ୟ କହିଥିଲେ କି କରୋନା ଭାଇରସକୁ ନେଇ ବେଜିଂ ସ୍ପଷ୍ଟ ତଥ୍ୟ ଦେବା ଉଚିତ । ଫକ୍ସ ନ୍ୟୁଜର ସୂଚନା ମୁତାବିକ, ଏବେ ୟୁନିଭର୍ସିଟି ଅଫ୍ ସଦର୍ନ କାଲିଫର୍ନିର ଜଣେ ପ୍ରଫସର କହିଛନ୍ତି ଚାଇନା କରୋନା ରୋଗୀଙ୍କ ସଂଖ୍ୟା ଲୁଚାଇ ଚାଲିଛି । ଏହାକୁ ନେଇ ସେ ଏବେବି ମିଛ କଥା କହୁଛି । ପ୍ରଫେସର ଷ୍ଟେନଲି ରୋଶେନ ଇ-ମେଲ ମାଧ୍ୟମରେ କହିଛନ୍ତି ସେଠାକାର ଅଧିକାରୀମାନେ କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ହେଲେ ଏବେ ଚାଇନା ମହାମାରୀକୁ ନେଇ ଖୁବ୍ ସତର୍କ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Share