ଇରାନ ଦଙ୍ଗା ପଛରେ ଆମେରିକା

ତେହେରାନ୍‌, ୪ା୧୦:ହିଜାବ ନ ପିନ୍ଧିବାରୁ ଇରାନ ଧର୍ମୀୟ ବ୍ୟାପାର ପୋଲିସ ଅତ୍ୟାଚାରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟା ମହସା ଅମିନିଙ୍କ ମୃତ୍ୟୁକୁ ନେଇ ଏହି ଦେଶ ଅଦ୍ୟାବଧି ସବୁଠୁ ବଡ଼ଧରଣର ଆନ୍ଦୋଳନ ଓ ସରକାର ବିରୋଧୀ ବିକ୍ଷୋଭ ଦେଖୁଛି। ୧୭ ଦିନ ହେଲା ଲୋକେ ଇରାନ ରାସ୍ତାରେ ଆନ୍ଦୋଳନ କରିବା ସହ ମହିଳାମାନେ ସାହସିକତାର ସହ ସେମାନଙ୍କ ଅଧିକାର ପାଇଁ ମୁହଁ ଖୋଲିଛନ୍ତି। ସେମାନେ ସର୍ବସମ୍ମୁଖରେ ହିଜାବ ଖୋଲି ଫିଙ୍ଗିବା, ସେଥିରେ ନିଆଁ ଲଗାଉଥିବାର ଭିଡିଓ ସାରା ବିଶ୍ୱ ଦେଖୁଥିବାବେଳେ ଇରାନ୍‌ରେ ମହିଳାଙ୍କ ସ୍ବାଧୀନତାକୁ ନେଇ ସେଠାକାର ସରକାର ସମାଲୋଚନାର ଶିକାର ହେଉଛନ୍ତି। ପ୍ରାୟ ୩ ସପ୍ତାହ ପରେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ଇରାନ୍‌ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ। ଦେଶରେ ଆନ୍ଦୋଳନ ଉଗ୍ରହେବା ପଛରେ ଆମେରିକା ଓ ଇସ୍ରାଏଲର ହାତ ରହିଛି ବୋଲି କହିଛନ୍ତି। ଇରାନରେ ‘ଦଙ୍ଗା’ କରାଇ ଦେଶକୁ ଅଶାନ୍ତ କରିବା ପାଇଁ ଏହି ଦୁଇଦେଶ ଉଦ୍ଦେଶ୍ୟମୂଳକ ଭାବେ ଯୋଜନା ପ୍ରସ୍ତୁତ କରୁଥିବା ଖାମେନେଇ ସିଧାସଳଖ କହିଛନ୍ତି।
ସୋମବାର ଟୁଇଟ୍‌ କରି କହିଛନ୍ତି, ଇରାନରେ ଚାଲିଥିବା ଦଙ୍ଗା ଏବଂ ଅଶାନ୍ତ ବାତାବରଣ ସୃଷ୍ଟି ପଛରେ ଆମେରିକା ଓ ଇସ୍ରାଏଲର ହାତ ରହିଛି। ଏଥିପାଇଁ ସେମାନେ ବିଦେଶରେ ରହୁଥିବା କେତେଜଣ ଦେଶଦ୍ରୋହୀ ଇରାନୀୟ ନାଗରିକ ଏବଂ ଏଜେଣ୍ଟଙ୍କ ସହାୟତା ନେଉଛନ୍ତି। ମହସାଙ୍କ ମୃତ୍ୟୁ ଏକ ଦୁଃଖଦ ଘଟଣା। ଏଥିପାଇଁ ସେ ବେଶ୍‌ ଦୁଃଖିତ। ହେଲେ କିଛି ଲୋକ ବିନା କୌଣସି ପ୍ରମାଣରେ ରାସ୍ତାଘାଟକୁ ଆନ୍ଦୋଳନସ୍ଥଳୀରେ ପରିଣତ କରିଛନ୍ତି। କୋରାନ୍‌, ମସ୍‌ଜିଦ୍‌, ବ୍ୟାଙ୍କ, ଲୋକଙ୍କ କାର୍‌ ଆଦିରେ ନିଆଁ ଲଗାଯାଉଛି। ମହିଳାମାନଙ୍କ ମୁହଁରୁ ହିଜାବ ହଟାଯାଉଛି। ଏହା ସାମାନ୍ୟ କାର୍ଯ୍ୟ ନୁହେଁ। ଯୋଜନାବଦ୍ଧ ଭାବେ ଏପରି କରାଯାଉଛି। ବିଭିନ୍ନ ଦେଶରେ ଦଙ୍ଗା ହେଉଛି। ହେଲେ ଆମେରିକା କ’ଣ ତାହାକୁ କେବେ ସମର୍ଥନ ଦେଇଛି? ଦଙ୍ଗାକାରୀଙ୍କ ସହ ଆମେ ଅଛୁ ବୋଲି ଆମେରିକା ପୂର୍ବରୁ କେବେ ଘୋଷଣା କରିଛି କି? କିନ୍ତୁ ଇରାନ୍‌ରେ ଓ୍ବାଶିଂଟନ୍‌ର ଅଲଗା ଚରିତ୍ର ଦେଖିବାକୁ ମିଳିଛି। ଆମେରିକା ମିଡିଆ ମଧ୍ୟ ସେମାନଙ୍କୁ ସମର୍ଥନ ଦେଉଛି ବୋଲି ଖାମେନେଇ କହିଛନ୍ତି। ପ୍ରକାଶ ଥାଉ କି, ଇରାନରେ ହିଜାବ ବିରୋଧୀ ବିକ୍ଷୋଭରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନୂ୍ୟନ ୫୨ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୫ଶହରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି।

ଇରାନରୁ ମୁକୁଳିଲେ ଜାତିସଂଘ ପୂର୍ବତନ ଅଧିକାରୀ

ଆମେରିକା ସରକାରଙ୍କ ସହ ଲିଙ୍କ୍‌ ରଖି ଇରାନ୍‌ ବିରୋଧରେ ଗୁପ୍ତଚରଗିରି ଅଭିଯୋଗରେ ଇରାନରେ ୬ ବର୍ଷ ଧରି ବନ୍ଦୀ ଥିବା ଜାତିସଂଘର ପୂର୍ବତନ ଅଧିକାରୀ ବାକର ନମାଜି(୮୫)ଙ୍କୁ ମୁକ୍ତ କରାଯାଇଛି। ନମାଜି ୟୁନିସେଫ୍‌ରେ ସୋମାଲିଆ, କେନିଆ ଏବଂ ଇଜିପ୍ଟ ପାଇଁ ପ୍ରତିନିଧିତ୍ୱ କରୁଥିଲେ। ମାନବିକତା ଆଧାରରେ ନମାଜିଙ୍କୁ ମୁକ୍ତ କରାଯାଇଥିବା ଇରାନ୍‌ର ନ୍ୟୁଜ୍‌ ଏଜେନ୍ସି ଆଇଆର୍‌ଏନ୍‌ଏ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ନମାଜି ତେହେରାନ୍‌ରେ ଥିବା ତାଙ୍କ ଘରେ ୪ ବର୍ଷ ହେଲା ରହିଛନ୍ତି ଏବଂ ଯେ କୌଣସି ସମୟରେ ସେ ଇରାନ ଛାଡ଼ି ଯାଇପାରିବେ ବୋଲି ତାଙ୍କୁ ଅନୁମତି ଦିଆଯାଇଥିବା ଏଥିରେ କୁହାଯାଇଛି। ସେହିପରି ୭ ବର୍ଷ ଧରି ଇରାନ୍‌ରେ ଗୃହବନ୍ଦୀ ଥିବା ନମାଜିଙ୍କ ପୁଅ ସିଆମକ୍‌ ନମାଜିଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଏ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଇରାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri