ମୋଣ୍ଟାନା ରେଳ ଦୁର୍ଘଟଣା: ୩ ମୃତ ଅନେକ ଆହତ

ୱାଶିଂଟନ,୨୬ ।୯: ଆମେରିକାରର ମୋଣ୍ଟାନା ସହରରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସମାଚାର ଏଜେନ୍ସି ଆସୋସିଏଟ୍ସ ପ୍ରେସର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରେନ୍‌ଟି ସିଏଟଲରୁ ସିକାଗୋ ଯାଉଥିଲା । ଟ୍ରେନରେ ପାଖାପାଖି ୧୪୭ ଯାତ୍ରୀ ଓ ୧୩ଜଣ ଚାଳକ ଦଳ ଥିଲେ । ଟ୍ରେନର ୫ଟି ବଗି ଜୋପଲିନ ନିକଟରେ ଲାଇଚ୍ୟୁତ ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି ।

Share