ଚାଇନାକୁ ଆମେରିକାର ଉପଦେଶ: ଜୋ ବାଇଡେନ-ସି ଜିପିଙ୍ଗଙ୍କ ମଧ୍ୟରେ ଶିଖର ବୈଠକ

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ସକାଳୁ(ଭାରତୀୟ ସମୟ ଅନୁସାରେ) ହ୍ୱାଇଟ ହାଉସରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଅନୁମାନ କରାଯାଉଛି କି ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଚାଇନାକୁ ତା’ର ମହାଶକ୍ତି ସଂଘର୍ଷକୁ କମ୍ କରିବାକୁ କହିପାରେ । ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ କହିପାରନ୍ତି କି ଚାଇନା ଏକ ଦାୟିତ୍ୱବାନ ଦେଶ ଭଳି ନିୟମର ପାଳନ କରିବା ଆବଶ୍ୟକ । ସୂଚନାଯୋଗ୍ୟ, ଆମେରିକା ଏହି ବୈଠକକୁ ନେଇ ବହୁ ଆଶାବାଦୀ ରହିଛି । ଏହି ଡିଜିଟାଲ ସମ୍ବାଦକୁ ନେଇ ଦୁଇ ପକ୍ଷ ଆଶା ରଖିଛନ୍ତି କି ଜାନୁୟାରୀରେ ବାଇଡେନ ରାଷ୍ଟ୍ରପତି ହେବା ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା କଟୁ ସମ୍ପର୍କ କମ୍ ହୋଇଯିବ ।

Share