ଗ୍ଲାମରସ୍ ଲୁକରେ ଅମିଶା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଅମିଶା ପଟେଲ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ବଡ ପରଦାଠାରୁ ଦୂରରେ ଥିବା ଏହି ନାୟିକା କିନ୍ତୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ତାଙ୍କର ଏମିତି କିଛି ଫଟୋ ଓ ଭିଡ଼ିଓ ଶେୟାର କରିଥାଆନ୍ତି ଯାହା ତାଙ୍କ ପ୍ରଶଂସକଙ୍କ ନିଦ ହଜାଇ ଦେଇଥାଏ । ନିକଟରେ ସେ ବ୍ଲୁ କ୍ଲର ବିକିନ ସହ ଏକ ସୁଇମିଂ ପୁଲ ନିକଟରେ ଗ୍ଲାମସର୍ ପୋଜ୍ ଦେଉଥିବାର ଏ ଭିଡିଓ ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡରେ ଶେୟାର କରିଛନ୍ତି । ଆଉ ଏହାକୁ ଦେଖିବା ପରେ ଆଦୌ ଲାଗୁନାହିଁ କି ନାୟିକା ୪୫ଟି ବସନ୍ତ ଅତିକ୍ରମ କରିଗଲେଣି । ଖୁବ୍ ଗ୍ଲାମରସ୍ ଲାଗୁଥିବା ଅମିଶା ବୟସକୁ ପଛକୁ ପକାଇ ଦେଇଥିବା କୁହାଯାଉଛି । ସେ ଯାହା ହେଉ ବେଶ୍ କିଛି ଦିନର ବିରତି ପରେ ଅମିଶା ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ‘କହୋନା ପ୍ୟାର ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅମିଶା ‘ଗଦ୍ଦର ଏକ ପ୍ରେମ କଥା’ରେ ସନ୍ନି ଦେଓଲଙ୍କ ସହ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଥିଲେ । ଏବେ ଶୁଣିବାକୁ ମିଳିଛି କି ଅମିଶା ପୁଣିଥରେ ‘ଗଦ୍ଦର ଏକ ପ୍ରେମ କଥା ୨’ ବା ସିକ୍ୱୁଏଲରେ ନଜର ଆସିବେ ।

Share