ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ବାଇକ୍‌କୁ ଧକ୍କାଦେଲା ଆମ୍ବୁଲାନ୍ସ

କାମାକ୍ଷାନଗର,୨୯।୪: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଧୀନ ମୁକ୍ତାପଶି କେନାଲ ଛକ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ ପ୍ରଧାନ ଏବଂ ତାଙ୍କର ବାପା କ୍ଷୀରୋଦ ପ୍ରଧାନ ଓ ପବିତ୍ର ସାହୁ ।

୩ ଜଣ ଏକ ବାଇକ୍‌ ଯୋଗେ ମୁକ୍ତାପଶି ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଜଡ଼ାପାଳ-ବଡ଼ଝରା ରାସ୍ତାରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ରୋଗୀ ନେବା ପାଇଁ ଆସୁଥିବା ବେଳ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ କାମାକ୍ଷାନଗର ପୋଲିସ
ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।