ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା ଏହି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱ ଫାଟକ ଠାରେ ପହଞ୍ଚିଲେ ସେମାନଙ୍କୁ ମିଳୁନି ବାଟ। କାରଣ ରାତି ୧୧ଟା ପରେ ଉକ୍ତ ଫାଟକରେ ତାଲା ପକାଇ ପଳାଇ ଯାଉଛନ୍ତି ସୁରକ୍ଷା କର୍ମୀ। ଫଳରେ ଦୂରରୁ ଆସିଥିବା ନୂଆ ଆମ୍ବୁଲାନ୍ସ ଚାଳକମାନେ ମୁଖ୍ୟ ଫାଟକ କେଉଁଠି ଜାଣି ନ ପାରି ବାଟବଣା ହେଉଥିବା ବେଳେ ଗାଡ଼ି ଭିତରେ ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ। କିଛଦିନ ହେଲା ଏପରି ଅଭିଯୋଗ ବଢ଼ୁଥିବାରୁ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଦଖାଦେଇଛି ତୀବ୍ର ଅସନ୍ତୋଷ।
ରୋଗୀଙ୍କୁ ଉତ୍ତମମାନର ସେବା ଯୋଗାଯିବା ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିରେ ଉନ୍ନତି କରାଯାଉଛି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଅନେକ ସମୟରେ ଏହି ମେଡିକାଲକୁ ବଦନାମର ଶିକାର ହେବାକୁ ପଡ଼ୁଛି। ସୁରକ୍ଷା ଦାୟିତ୍ୱ ନେଇଥିବା ଠିକାସଂସ୍ଥାର କେତେଜଣ କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଖାତିର କରୁ ନ ଥିବାରୁ କେତେବେଳେ ଏଠାରେ ରୋଗୀଙ୍କୁ ମାଡ଼ ଖାଇବାକୁ ପଡ଼ୁଛି ତ ଆଉ କେବେ ବେଡ୍‌ରୁ ଉଠି ରୋଗୀ ଗାଏବ ହୋଇଯାଉଥିବା ଭଳି ଘଟଣା ଘଟୁଛି। ତେବେ କିଛିଦିନ ହେଲା ମେଡିକାଲର ପଛ ଗେଟ୍‌ରେ ରାତିରେ ତାଲା ପକାଇ ସୁରକ୍ଷା କର୍ମୀ ପଳାଇଯାଉଥିବାରୁ ଆମ୍ବୁଲାନ୍ସ ଚାଳକ ଓ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ଗୁରୁତର ପ୍ରସୂତି ଓ ନବଜାତକଙ୍କୁ ଧରି ଆସୁଥିବା ଆମ୍ବୁଲାନ୍ସ ଏମ୍‌ସିଏଚ୍‌ ବିଲ୍ଡିଂ ପାର୍ଶ୍ୱରେ ଥିବା ଏହି ଫାଟକ ଦେଇ ଭିତରକୁ ପଶିଥାନ୍ତି। କିନ୍ତୁ ରାତି ୧୧ଟା ପରେ ଗେଟ୍‌ରେ ତାଲା ପକାଇ ଦିଆଯାଉଥିବା ବେଳେ କୌଣସି ସୁରକ୍ଷା କର୍ମୀ ସେଠାରେ ଉପସ୍ଥିତ ରହୁନାହାନ୍ତି। ଫଳରେ ଆମ୍ବୁଲାନ୍ସ ଆସିବା ମାତ୍ରେ ଗେଟ୍‌ ଖୋଲାଯାଇପାରୁ ନାହିଁ କି ସେମାନଙ୍କୁ ବାଟ ବତାଇ ଦିଆଯାଉ ନାହିଁ। ଏଥିଯୋଗୁ ଅନେକ ଆମ୍ବୁଲାନ୍ସ ଚାଳକ ବାଟବଣା ହୋଇଯାଉଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କୁକୁଡ଼ାଙ୍ଗରୁ ଗର୍ଭବତୀଙ୍କୁ ଧରି ଆସିଥିବା ୧୦୮ ଆମ୍ବୁଲାନ୍ସ ଫାଟକ ନିକଟରେ ଅଟକି ରହିବା ସହ ପରେ ମାଛ ମାର୍କେଟ ପାଖରେ ଗାଡ଼ି ବୁଲାଇ ଏମ୍‌ସିଏଚ୍‌ ବିଲ୍ଡିଂକୁ ରୋଗୀଙ୍କୁ ଆଣିଥିଲେ। ସେହିପରି ତାଳଚେର ମଣ୍ଡାପାଳ ଅଞ୍ଚଳରେ ଜଣେ ଗୁରୁତର ଶିଶୁଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସକୁ ଏପରି ହଇରାଣ ହେବାକୁ ପଡ଼ିଥିଲା। ଜରପଡ଼ା ଥାନା ତୁକୁଡ଼ାର ଜଣେ ପ୍ରସୂତିଙ୍କୁ ନେଇ ଆସିଥିବା ଆମ୍ବୁଲାନ୍ସ ମଧ୍ୟ ବାଟ ନ ପାଇ ବୁଲିକରି ମେଡିକାଲ ଭିତରକୁ ଯାଇଥିଲା। ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଦେବା ପରିବର୍ତ୍ତେ ରାତି ଅଧରେ ମେଡିକାଲ ପଛ ଗେଟ୍‌ରେ ଅଟକାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ବୃଦ୍ଧାବୃଦ୍ଧଙ୍କ ଶେଷ ଠିକଣା ବରିଷ୍ଠ ନିବାସ ବୋଲି କୁହାଯାଉଛି। କାରଣ ଝିଅ ପୁଅ ବୋହୁ ମାନଙ୍କ ଅତିଷ ଯନ୍ତ୍ରଣା ଖୁବ…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?