ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା

ଲାଞ୍ଜିଗଡ଼,୨୪।୮(ରମେଶ ଚନ୍ଦ୍ର ନାୟକ): କଳହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ୬ଦିନ ପରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳୁଛି I ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଶିଶୁପୁତ୍ର ପ୍ରସବ କଲେ ମହିଳା । ସୂଚନା ଅନୁସାରେ ବିଜେପୁର ପଞ୍ଚାୟତ ପୋଡାପଦର ଗ୍ରାମର ଡ଼ମେ ମାଝୀଙ୍କ ସ୍ତ୍ରୀ ଜନନୀ ମାଝୀଙ୍କ ଶନିବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସକୁ କଲ କରାଯାଇଥିଲା ଏବଂ କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା ସତ କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥିବା ଯୋଗୁଁ ଗାଁକୁ ଯାଇ ନପାରି ୧ କି.ମି. ଦୂର କଳାକୁପା-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ବିଜେପୁର ବଜାର ପଡା ନିକଟରେ ଅଟକି ରହିଥିଲା। ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଜନନୀ ତାଙ୍କ ପରିବାର ଓ ଗାଁର ମହିଳାମାନଙ୍କ ସହିତ ପ୍ରାୟ ୫ଶହ ମିଟର ପାଦାଚଲା ଚାଷ ଜମି ରାସ୍ତାରେ ଚାଲିବା ପରେ ଏକ ନାଳ ପାଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ପୁଣି ଜନ୍ମିତ ଶିଶୁପୁତ୍ରଙ୍କୁ ଧରି ୫ଶହ ମିଟର ପାଦଚଲା ରାସ୍ତାରେ ଚାଲି ଚାଲି ଯାଇ ବିଜେପୁର ବଜାରପଡା ନିକଟରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସକୁ ଆସିବା ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଡାକ୍ତରଖାନାକୁ ପଠାଯାଇଥିଲା। ସୂଚନାନୁସାରେ ପୂର୍ବରୁ ଗତ ଜୁଲାଇ ୯ ତାରିଖରେ ଭବାନୀପାଟଣା ସଦର ବ୍ଲକ ଯୁଗ ଯୁଗସାଇ ପାଟଣା ପଞ୍ଚାୟତ କଡରୁସୋରୁ ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ରାସ୍ତା ଶୋଚନୀୟ ଯୋଗୁ ଆମ୍ବୁଲାନ୍ସ କି.ମି. ଦୂର କମଳେଇ ଗାଁ ନିକଟରେ ଅଟକି ରହିଥିଲା। ଗ୍ରାମ ଗ୍ରାମବାସୀଙ୍କ ସହଯୋ ଯୋଗରେ ପରିବାର ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ସେହିଭଳି ଗତ ୧୯ ତାରିଖ ବିଳମ୍ବିତ ରାତିରେ ବିଜେପୁର ପଞ୍ଚାୟତ ମେଲବାହାଲି ବଣ୍ଡେଲ ଗ୍ରାମର ମିଶ୍ର ମାଝୀଙ୍କ ସ୍ତ୍ରୀ କାଞ୍ଚ ମାଝାଙ୍କ ଗର୍ଭଯନ୍ତ୍ରଣା ହେବାରୁ ଗ୍ରାମବାସୀ ଆମ୍ବୁଲାନ୍ସ ଡକାଇଥିଲେ। ହେଲେ ରାସ୍ତା ନ ଥିବାରୁ ଗାଁଠାରୁ ଏକ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଗ୍ରାମବାସୀଙ୍କ ସହାୟତାରେ ମିଶ୍ର ତାଙ୍କ ସ୍ତ୍ରୀଙ୍କୁ ଚଲାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୦କି.ମି. ଦୂର କଲ୍ୟାଣସିଂହପୁର ଡାକ୍ତରଖାନା ନିଆଯାଇଥିଲା। ପୋଡାପଦର ବାସୀଙ୍କ କହିବା ଅନୁସାରେ ଗାଁରେ ଦୀର୍ଘ ବର୍ଷ ହେଲା ୧୨ ଆଦିବାସୀ ପରିବାର ବସବାସ କରୁଛୁ। ଆମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ରାସ୍ତା ନଥିବାରୁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗୁଛୁ। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ୧ କିମି ବୋହି କି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ।ରାସ୍ତା ଟିଏ ନଥିବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ସରକାର ପକ୍ଷରୁ ମିଳିଥିବା ଘର ଖଣ୍ଡେ ମଧ୍ୟ ନିର୍ମାଣ କରିପାରୁନାହୁଁ।ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତସପନ ହୋଇଛି। କେବଳ ପୋଡାପଦର ନୁହେଁ ବ୍ଲକ୍ରେ ବର୍ତ୍ତମାନ ମଧ୍ୟ ୬୦ରୁ ଅଧିକ ଗ୍ରାମକୁ ପାଦଚଲା ରାସ୍ତା ରହିଥିବା ବେଳେ ଏଭଳି ସମସ୍ୟା ନିତି ଦିନିଆ ହୋଇ ପ ବେଳେ ଦୁର୍ଗମ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri