ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ ଡକରିକୋଟ ଗ୍ରାମର ଧନସାଇ ମାଝୀଙ୍କ ସ୍ତ୍ରୀ ହାରାବତୀ ମାଝୀଙ୍କୁ ଗୁରୁବାର ଅପରାହ୍ନରେ ପ୍ରସବ ଜନୀତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶାକର୍ମୀଙ୍କୁ ସୂଚନା ଦେଇଥିଲେ। ସୂଚନାପାଇ ଆଶାକର୍ମୀ ତୁରନ୍ତ ହାରାବତୀଙ୍କ ଘରକୁ ଯିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଖବରପାଇ ଚାରଡଙ୍ଗରିପଡା ଗ୍ରାମ ଅଭିମୁଖେ ଯିବା ବେଳେ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ଯୋଗୁ ପ୍ରାୟ ଅଧା କିଲୋମିଟର ଦୂରରେ ରହିଯାଇଥିଲା। ଖବରପାଇ ପରିବାର ଓ ଗ୍ରାମବାସୀ ଏକ ଖଟିଆରେ ପ୍ରାୟ ଅଧା କିଲୋମିଟର ଦୂର ବୋହି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

 

 

Dharitri – Odisha’s No.1 Odia Daily

Share