୧୬୫ ଗାଁକୁ ପହଞ୍ଚତ୍ପାରୁନି ଆମ୍ବୁଲାନ୍ସ

ନବରଙ୍ଗପୁର, ୧୦।୮(ବି.ପ୍ର.): ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୁର୍ବଳତା ଯୋଗୁ ଜିଲାରେ ଏଯାଏ ୧୬୫ ଗାଁକୁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ। ୭୭ ଗାଁକୁ ପଦାଚଲା ରାସ୍ତା ରହିଛି। ୫୭ ଗାଁରେ ଲୋକ ଚୁଆ ଓ ନଦୀ ନାଳ ପାଣି ବ୍ୟବହାର କରୁଛନ୍ତି। ଅନେକ ଗାଁକୁ ନଦୀ ନାଳ ଉପରେ ସଂଯୋଗୀକାରଣ ନାହିଁ। ଏବେ ଲଗାଣ ବର୍ଷା ଯୋଗୁ ନଦୀ ନାଳ ଜଳସ୍ରୋତ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଜିଲାର ବିଭିନ୍ନ ଗାଁରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥଳରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଦଳ ଗାଁରେ ପହଞ୍ଚତ୍ ପାରୁନାହାନ୍ତି। ରୋଗୀ ବଞ୍ଚତ୍ବା ପାଇଁ କଲବଲ ହେଉଥିବା ବେଳେ ଡାକ୍ତର ସେବା ଦେବାକୁ ମଧ୍ୟ ପ୍ରସ୍ତୁତ କିନ୍ତୁ ରାସ୍ତାଘାଟ ଓ ନାଳ ନଦୀ ଏଥିରେ ବାଧକ ସାଜିଛି। ଏହାର ଏକ ଦୃଶ୍ୟ କିଛି ଦିନ ତଳେ ନବରଙ୍ଗପୁର ଜିଲା ତୁଳସୀପଦର ଗାଁରେ ଦେଖିବାକୁ ମିଳିଛି।
ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇସାରିଛନ୍ତି। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଝାଡାବାନ୍ତି ନିୟନ୍ତ୍ରଣ ରହିଛି। ତୁଳସୀପଦର ଗାଁକୁ ଯିବାକୁ ହେଲେ ୨୬ ନଂ ଜାତୀୟ ରାଜପଥରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ। ରବିବାରଠାରୁ ନବରଙ୍ଗପୁର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ତୁଳସୀପଦର ନଦୀ ଜଳସ୍ରୋତ ପ୍ରଖର ରହିଛି। ରବିବାର ଡାକ୍ତର ଜ୍ୟୋତ୍ସ୍ନାରାଣୀ ଦାସ, ବିଭୂତି ଭୂଷଣ ନାୟକ, ଇତିଶ୍ରୀ ପଲାଇ ଓ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍‌ ତୁଳସୀପଦର ଗାଁ ନିକଟ ନାଦୀ ପାଖରେ ଅଟକି ରହିଲେ। ତୁଳସୀପଦର ନଦୀରେ ପାଣି ଅଧିକ ଥିବାରୁ ପ୍ରାୟ ଅଧ କି.ମି. ଦୂରରେ ରହିଥିଲେ। ଅସୁବିଧା ହେଲେ ଅଙ୍ଗନୱାଡି ଦିଦିଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଡାକବାଜି ଯନ୍ତ୍ରରେ ଗାଁ ଲୋକଙ୍କୁ ସଚେତନ କରିଥିଲେ। ପଲିଥିନରେ ବାନ୍ଧି ନଦୀ ଆରପଟକୁ ଫୋପାଡି ଥିବା ଔଷଧକୁ ଗ୍ରାମବାସୀଙ୍କ ସହ ଅଙ୍ଗନୱାଡି କର୍ମୀ ଆସି ସଂଗ୍ରହ କରି ନେଇଥିଲେ। ତେବେ ପ୍ରଶାସନ ନିକଟରେ ଗୁହାରି କରିଲେ ମଧ୍ୟ ନଦୀରେ ପୋଲ କିମ୍ବା ପକ୍କା ରାସ୍ତା ହୋଇପାରୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ୨୦୧୦ରେ ତୁଳସୀପଦର ଗାଁରେ ଝାଡ଼ାବାନ୍ତି ବ୍ୟାପୀ ୨୬ ଜଣ ଆକ୍ରାନ୍ତ ହୋଇଥିଲେ। ଗାଁକୁ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ଧରିତ୍ରୀରେ ପ୍ରଥମ ଥର ପ୍ରକାଶ ପାଇଥିଲା। ସେହି ସମୟରେ ତତ୍କାଳୀନ ଜିଲାପାଳ ଶିବବ୍ରତ ଦାଶ ତତ୍ପର ହୋଇ ଗାଁ ଭିତରର ସିଣ୍ଟେସ୍କ ଯୋଗେ ପାଣି ପହଞ୍ଚାଇବା ସହ ଏକ ନଳକୂପ ଖନନ କରିଥିଲେ । ଗାଁ ଭିତରେ କଂକ୍ରିଟ ରାସ୍ତା କରାଇଥିଲେ। ତୁଳସୀ ପଦର ଗାଁ ଜଙ୍ଗଲ ଜମିରେ ରହିଥିବାରୁ ଏଯାଏ ନଦୀ ଉପରେ ପୋଲ ନିର୍ମାଣ ହୋଇପାରିନାହିଁ। ଗାଁ ଲୋକ ବର୍ଷା ଦିନେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଆନ୍ତି। ଘରେ ଯାହା ଗଚ୍ଛିତ ଖାଦ୍ୟ ଶସ୍ୟ ରହେ ତାହାକୁ ଖାଇଥାନ୍ତି। ଏତେ ବର୍ଷ ପରେ ମଧ୍ୟ ତୁଳସୀପଦରବାସୀଙ୍କ ଅବସ୍ଥା ସୁଧୁରି ନାହିଁ। ଏବେବି ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଏ ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri