ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ବଣାଇଁ,୬।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା କଲେଇପୋଷ-ବାହାଡ଼ାପୋଷି ୧୦ନମ୍ବର ରାଜ୍ୟ ରାଜପଥ ଖୁଣ୍ଟଗାଁ ନିକଟ ହଂସରାଡି ପୋଲ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ -ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ଖୁଣ୍ଟଗାଁ ନିକଟରେ ଏକ ଆମ୍ବୁଲାନ୍ସ-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ଉଭୟ ଗାଡ଼ି ପୋଲ ତଳକୁ ଖସି ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ୯ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି।