Categories: ଅନୁଗୋଳ

ନାଲ୍‌କୋ ଇଡି ଦାୟିତ୍ୱ ନେଲେ ଅମ୍ବିକା ପ୍ରସାଦ

ବଅଁରପାଳ, ୧ା୧୧(ଡି.ଏନ.ଏ.)- ନାଲ୍‌କୋ ସ୍ମେଲଟର ଓ ପାଓ୍ବାର ପ୍ଲାଣ୍ଟର ନୂତନ ନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅମ୍ବିକା ପ୍ରସାଦ ପଣ୍ଡା ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ସିପିପିରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସିପିପିର ନୂତନ ମହାପ୍ରବନ୍ଧକ ଦାୟିତ୍ୱ ସରୋଜ ମିଶ୍ର, ସିପିପିର ଓ ଆଣ୍ଡ ଏମଜିଏମ୍‌ ଭାବେ ସୁଧୀର ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି। ଏହି ଅଧିକାରୀମାନଙ୍କୁ ସିପିପି ପ୍ରଶାସନିକ କାର୍ଯ୍ୟାଳୟରେ ଶୁଭେଚ୍ଛା ଜଣାଯାଇଛି। ଶ୍ରମିକ ନେତା ବିଭବ ଜେନା ନୂତନ ଇଡିଙ୍କୁ ପ୍ଲାଣ୍ଟର ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ କର୍ମଚାରୀ ଶୁଭ୍ରାଂଶୁ ବେହେରା, ପି କେ ମିଶ୍ର, ଶରତ ସେଠୀ, ବିଜୟ ଦାସ, କୃଷ୍ଣ ବେହେରା, ରବୀନ୍ଦ୍ର ଓଝା, ଅରୁଣ ମହାନ୍ତି, ସନ୍ଦୀପ ଘାଣ୍ଟି, ଶରତ ପ୍ରଧାନ, ସୁନନ୍ଦା ମହାନ୍ତି, ଟି ଏନ ବେହେରା ପମୁଖ ଉପସ୍ଥିତ ଥିଲେ।