କରୋନା କାଳରେ ନିଆରା ବିବାହ: ଅମ୍ବାନୀ ପରିବାରକୁ ପଛରେ ପକାଇଲେ ଏହି ନବ ଦମ୍ପତି

ଅନେକ ପ୍ରକାରର ବିବାହ ଆମେ ଦେଖୁଛୁ। ତେବେ ସେଲିବ୍ରିଟିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଅମ୍ବାନୀ ପରିବାରର ବିବାହ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା। ହେଲେ ଆଜି ଆମେ ଯେଉଁ ବିବାହ ବିଷୟରେ କହିବାକୁ ଯାଉଛୁ ତାହା ଶୁଣିବା ପରେ ସବୁକିଛି ଭୁଲିଯିବେ।
ବ୍ରିଟେନର ୩୦ ବର୍ଷିୀୟ ରୋମା ପୋପଟ ଏବଂ ଭିନାଲ ପଟେଲ ୫ଶହ ଏକର ଜମିରେ ନିଜର ବିବାହ ପ୍ଲାନ୍‌ କଲେ। ମହାମାରୀ କରୋନା ଯୋଗୁ ‘ଡ୍ରାଇଭ୍‌ ଇନ୍‌ ଓ୍ବେଡିଂ’ର ଯୋଜନା କଲେ। ଅର୍ଥାତ୍‌ ଏହି ବିବାହରେ ଆସିଥିବା ଅତିଥିମାନଙ୍କୁ ଗାଡିରୁ ଓହ୍ଲାଇବାକୁ ପଡ଼ିଲା ନାହିଁ । ୫ଶହ ଏକର ବିଶିଷ୍ଟ ଏରିଆରେ ହୋଇଥିବା ଏହି ବିବାହରେ ଗାଡିରେ ବସି ଅତିଥିମାନେ ନବ ଦମ୍ପତିଙ୍କୁ ଆଶିର୍ବାଦ ଦେଲେ। ଏହି
ବିବାହରେ ଅତିଥିମାନେ ଅଡି, ଲ୍ୟାଣ୍ଡ ରୋଭର ଏବଂ ଲମ୍ବୋର୍ଗିନୀ ପରି ଗାଡିରେ ବସିଥିବାର ନଜର ଆସିଥିଲା। ଗାଡି ଭିତରେ ଅତିଥିମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ସହ ଖାଇବାକୁ ମଧ୍ୟ ଦିଆଯାଇଥିଲା। ମହାମାରୀ କରୋନା ସମୟରେ ଏହି ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।


ବ୍ରିଟେନରେ ବର୍ତ୍ତମାନ ମାତ୍ର ୧୫ ଲୋକଙ୍କୁ କୌଣସି ସମାରୋହରେ ଉପସ୍ଥିତ ହେବାର ଅନୁମତି ଥିବା ବେଳେ ଏହି ବିବାହରେ ୨୫୦ ଅତିଥି ଯୋଗ ଦେଇଥିଲେ।

Share