Categories: ବାଣିଜ୍ୟ

ନିୟମ ଉଲ୍ଲଂଘନ କରି ଜରିମାନା ଦେବେ ଅମ୍ବାନୀ

ମୁମ୍ବାଇ,୧୧।୪: ଗତ ଦୁଇ ଦଶନ୍ଧିର ଏକ ପୁରୁଣା ମାମଲାରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅମ୍ବାନୀ ଭ୍ରାତାଙ୍କ ସମେତ ଅନ୍ୟମାନଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ସେ ସମୟର ଅଧିଗ୍ରହଣ ନିୟମକୁ ଉଲ୍ଲଂଘନ କରିଥିବାରୁ ଏଭଳି ଜରିମାନା ହୋଇଥିବା ସେବି ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀ, ଅନୀଲ ଅମ୍ବାନୀ, ନୀତା ଅମ୍ବାନୀ, ଟିନା ଅମ୍ବାନୀ ପ୍ରମୁଖ ରହିଛନ୍ତି। ସେବି ପକ୍ଷରୁ ଏକ ୮୫ ପୃଷ୍ଠାର ନିର୍ଦ୍ଦେଶନାମା ଏହି ଘଟଣା ସମ୍ପର୍କରେ ଜାରି କରାଯାଇଛି। ୨୦୦୦ ମସିହାରେ ୫ %ରୁ ଊର୍ଦ୍ଧ୍ୱ ଅଂଶଧନ ଅଧିଗ୍ରହଣ ସମ୍ପର୍କରେ ସେମାନେ ଘୋଷଣା କରି ନ ଥିଲେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Share