Categories: ଫୁରସତ

ବାଲାଜୀ ମନ୍ଦିରକୁ ଧଳାହାତୀ ଦାନ କରିଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ !

ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ବେଶ ଧାର୍ମିକ ପ୍ରବୃତିର। ଏହାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଟି.ଏସ୍‌. ରାଓ୍ବତ ୨୦୧୯ରେ ତାଙ୍କୁ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିର କମିଟିର ସଦସ୍ୟ କରିଥିଲେ। ଅନନ୍ତଙ୍କ ପରିବାର ସହ ଏକାଧିକ ଧାର୍ମିକ ଅନୁଷ୍ଠାନ ଏବଂ ପୂଜାପାଠ କାର୍ଯ୍ୟକ୍ରମରେ ସକ୍ରିୟ ରହୁଥିବା ଦେଖିବାକୁ ମିଳେ। ତେବେ ତିରୁପତି ବାଲାଜୀ ମନ୍ଦିରରେ ଦୁର୍ଲଭ ପ୍ରଜାତିର ଧଳା ହାତୀ ସେ ଦାନ କରିଥିବା ନେଇ ଶୁଣିବାକୁ ମିଳେ। ଅନେକ ରିପୋର୍ଟରେ ଏନେଇ କୁହାଯାଇଥିଲେ ହେଁ ଅମ୍ବାନୀ ପରିବାର ପକ୍ଷରୁ ଏ ସକ୍ରାନ୍ତରେ କୌଣସି ସୂଚନା ସାର୍ବଜନିକ କରାଯାଇନାହିଁ।

ଘଟଣାଟି ୨୦୧୨ର ବୋଲି କୁହାଯାଏ। ସେ ସମୟରେ ଅନନ୍ତ ସର୍ବଦା ସ୍ବପ୍ନରେ ଧଳାହାତୀ ଦେଖୁଥିଲେ। କ’ଣ ପାଇଁ ସେ ଏପରି ସ୍ବପ୍ନ ଦେଖୁଛନ୍ତି ବୋଲି ଅନେକ ଲୋକଙ୍କୁ ପ୍ରଶ୍ନ କରିଥିଲେ। ପରେ ତିରୁପତି ମନ୍ଦିରରେ ଦୁଇଟି ସ୍ବତନ୍ତ୍ର ହାତୀ ଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ମନ୍ଦିର ଯାଇ ହାତୀର ଦର୍ଶନ କରିଥିଲେ। ପରେ ମଧ୍ୟ ପୁଣି ଥରେ ସେ ସେଠାକୁ ଯାଇଥିଲେ। ସେଠାରେ ସେ ଏକ ଧଳାହାତୀ ଦେବାକୁ ମନ୍ଦିର ଟ୍ରଷ୍ଟକୁ କଥା ଦେଇଥିଲେ। ପରେ ଦକ୍ଷିଣପୂର୍ବ ଏସିଆରୁ ଧଳାହାତୀ ଆଣି ସେ ମନ୍ଦିରକୁ ଦାନ କରିଥିଲେ। ଉକ୍ତ ହାତୀ ବିଶେଷକରି ଥାଇଲ୍ୟାଣ୍ଡରେ ମିଳିଥାଏ।

ତେବେ ଅନନ୍ତ ଜଣେ ପଶୁପ୍ରେମୀ। ସମସ୍ତ ବିଷୟରେ ତାଙ୍କର ଜ୍ଞାନକୁ ଦେଖି ଅନେକେ ତାଙ୍କୁ ଇନ୍‌ସାଇକ୍ଲୋପିଡିଆ ବୋଲି କହିଥାନ୍ତି।

Share