Categories: ଜାତୀୟ

ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନଙ୍କୁ ରିମାଣ୍ଡରେ ନେଲା ଏନ୍‌ଆଇଏ

ଗିରଫ ମୁମ୍ବାଇ,୧୪।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନ ବାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଦୀର୍ଘ ୧୧ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରିଥିଲା। ରବିବାର ମୁମ୍ବାଇ ଅଦାଲତରେ ହାଜର ହେବା ପରେ ଅଦାଲତ ସଚିନଙ୍କୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଏନ୍‌ଆଇଏ ହେପାଜତକୁ ପଠାଇଛନ୍ତି। ସୂଚନା ଯୋଗ୍ୟ, ଅଦାଲତ ସଚିନଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଥିଲେ। ପରେ ଏନ୍‌ଆଇଏ ସଚିନଙ୍କୁ ସମନ ପଠାଇବା ସହ ୧୧ଘଣ୍ଟା କାଳ ପଚରାଉଚୁରା କରି ଗିରଫ କରିଥିଲା। ଏନ୍‌ଆଇଏ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଫେବୃୟାରୀ ୨୫ରେ କାର୍ମିକେଲ ରୋଡ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଘଟଣାରେ ସମ୍ପୃକ୍ତି ସହ ଗାଡି ମାଲିକଙ୍କ ମୃତ୍ୟୁ ଘଟଣାରେ ବାଜେଙ୍କ ଭୂମିକା ଥିବା ଅଭିଯୋଗର ତଦନ୍ତ ଚାଲିଛି।

Share