ମହାକାଶ ବ୍ୟବସାୟ ପାଇଁ ଆମାଜନ, ଓ୍ବାନ୍‌ଓ୍ବେବ୍‌ର ଆବେଦନ

ବେଙ୍ଗାଲୁରୁ, ୨୪।୧୨: ମହାକାଶ ସେକ୍ଟରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ଦେବା ଲାଗି ସରକାର ନିଷ୍ପତ୍ତି ନେବା ପରେ ୪ଟି ବିଦେଶୀ କମ୍ପାନୀ ସମେତ ମୋଟ ୨୨ଟି ପ୍ରସ୍ତାବ ଆସିଛି। ମହାକାଶ ବ୍ୟବସାୟକୁ ନିୟନ୍ତ୍ରଣ ପାଇଁ ଗଠିତ ଇଣ୍ଡିଆନ ନ୍ୟାଶନାଲ ସ୍ପେସ୍‌ ପ୍ରମୋଶନ ଆଣ୍ଡ ଅଥରାଇଜେଶନ ସେଣ୍ଟର (ଆଇଏନ୍‌-ଏସ୍‌ପିଏସିଇ) ଏହାର ସମୀକ୍ଷା କରୁଛି। ଜେଫ୍‌ ବେଜୋସ୍‌ଙ୍କ ଆମାଜନ ଓ୍ବେବ୍‌ ସର୍ଭିସେସ୍‌ (ଏଡବ୍ଲ୍ୟୁଏସ୍‌) ଏବଂ ଭାରତୀ ଗ୍ରୁପ୍‌ ସମର୍ଥତ୍ତ ବ୍ରିଟେନ କମ୍ପାନୀ ଓ୍ବାନ୍‌ଓ୍ବେବ୍‌ ଭାରତରେ ମହାକାଶ ବ୍ୟବସାୟରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ବିଭିନ୍ନ ସଂସ୍ଥା ଗ୍ରାଉଣ୍ଡ ଷ୍ଟେଶନ, ସାଟେଲାଇଟ୍‌ କନ୍‌ଷ୍ଟେଲେଶନ ଆଦି ସ୍ଥାପନ ଲାଗି ଆବେଦନ କରିଛନ୍ତି।

Share