Categories: ଜାତୀୟ

ଆମାଜନକୁ ୨୦୨ କୋଟିର ଜରିମାନା

ନୂଆଦିଲ୍ଲୀ,୧୮।୧୨: ବିଶ୍ୱର ସବୁଠାରୁ ବଡ ଇ- କମର୍ସ କମ୍ପାନୀ ଆମାଜନକୁ ଶୁକ୍ରବାର ବଡ ଝଟକା ଲାଗିଛି। ଭାରତର ପ୍ରତିଯୋଗିତା କମିଶନ ଫ୍ୟୁଚର ଗ୍ରୁପ ସହିତ ଆମାଜନ କରିଥିବା ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆମେରିକୀୟ କମ୍ପାନୀ ଆମାଜନ ବ୍ୟବସାୟିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ସିସିଆଇ ୨୦୨ କୋଟି ଟଙ୍କାର ଜରିମାନା ଦାଖଲ କରିବାକୁ କହିଛନ୍ତି।
୫୭ ପୃଷ୍ଠାର ନିର୍ଦ୍ଦେଶନାମାରେ ସିସିଆଇ କହିଛନ୍ତି ଯେ, ଆମାଜନ ୨୦୧୯ରେ ଫ୍ୟୁଚର କୁପନ୍‌ ପ୍ରାଇଭେଟ ଲିଃ ସହ କରିଥିବା ଡିଲର ପ୍ରକୃତ ଉଦ୍ଦେଶ୍ୟ ଓ ବିବରଣୀକୁ ଲୁଚାଇ ରଖିଥିଲା। ସେହିପରି ଏ ସଂକ୍ରାନ୍ତ ସମସ୍ତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଥିଲା। ତେଣୁ ଏହା ଉପରେ ରୋକ ଲଗାଯାଇଛି।

Share