Categories: ବାଣିଜ୍ୟ

ହିନ୍ଦୁ ଦେବଦେବୀଙ୍କୁ ଆମାଜନର ଅପମାନ: ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭।୫: ଇ-କମର୍ସ କମ୍ପାନୀ ଆମାଜନ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି। କମ୍ପାନୀର ଟଏଲେଟ ସିଟ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ କଭର୍‌ ଉପରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଲଗାଯାଇଛି। ଏହାକୁ ସୋସିଆଲ ମିଡିଆରେ ଦେଖିବା ପରେ ଲୋକମାନେ ବିରୋଧ କରିବା ସହ ନିଜର କ୍ରୋଧ ଜାହିର କରିଛନ୍ତି। କିଛି ଘଣ୍ଟା ମଧ୍ୟରେ ଆମାଜନ ବିରୋଧରେ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଟ୍ବିଟ କରିଛନ୍ତି। ଏଥିସହ କିଛି ଟ୍ବିଟରେ ବିଦେଶମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ମଧ୍ୟ ଟ୍ୟାଗ କରାଯାଇଥିବା ଜଣାପଡ଼ିଛି। ବିରୋଧ ହେବା ପରେ ଆମାଜନ ପକ୍ଷରୁ ଏହି ପ୍ରଡକ୍ଟକୁ ହଟାଇବା ପାଇଁ କୁହାଯାଇଛି। ଏହା ପୂର୍ବରୁ କାନାଡାର ଡୋରମେଟରେ ଭାରତୀୟ ଜାତୀୟ ପତାକା ଛାପିବାକୁ ନେଇ ଆମାଜନ ଉପରେ ଅନେକ ବିବାଦ ଦେଖାଦେଇଥିଲା। ଏହି ଘଟଣା ପରେ ଆମାଜନକୁ ବିରୋଧ କରାଯିବା ସହ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ଆମାଜନକୁ ଏନେଇ ଚେତାବନୀ ଦେଇଥିଲେ। ପରେ ସୁଷମା ଆମାଜନ ଅଧିକାରୀଙ୍କୁ ଭିଜା ନ ଦେବା ପାଇଁ କହିଥିଲେ। ଫଳରେ ଏହି ଡୋରମେଟକୁ ହଟାଯାଇଥିଲା ।

Share