Categories: ଫୁରସତ

ହାତୀ ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍‌ ମାରିଲେ ଯୁବକ, ପଛରେ ପଡ଼ିଯିବେ ବାହୁବଳୀ

ଆଜିର ସମୟରେ ଫିଟ୍‌ନେସ୍‌ ଏବଂ ଷ୍ଟଣ୍ଟ୍‌ ସାଧାରଣ କଥା ପାଲଟିଗଲାଣି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଷ୍ଟଣ୍ଟ ଦେଖିବାକୁ ମିଳୁଛି। ସେମିତି ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଷ୍ଟଣ୍ଟ୍‌ମ୍ୟାନ୍‌ ହାତୀ ଉପରେ ଚଢ଼ିବା ସହିତ ଏପରି ଚମତ୍କାର ପ୍ରଦର୍ଶନ କରୁଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଏହି ଷ୍ଟଣ୍ଟ୍‌ କୌଣସି ରାସ୍ତାରେ ନୁହେଁ ବରଂ ଜଙ୍ଗଲରେ ମଧ୍ୟ କରାଯାଇଛି। ଯେଉଁଥିରେ ଏହି ଯୁବକ ଜଣକ ଗୋଟିଏ ହାତୀ ଉପରେ ବ୍ୟାକଫ୍ଲିପ୍‌ ସହିତ ବସିଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି।

ଭିଡିଓରେ ଯୁବକ ଜଣକ ଦୌଡ଼ି ଦୌଡ଼ି ଆସି ହାତୀର ଶୁଣ୍ଢ ଉପରେ ଚଢ଼ି ଯାଉଛନ୍ତି। ରାଉଣ୍ଡ ପାଇଁ ବ୍ୟାକଫ୍ଲିପ୍‌ ମାରିବା ସହ ଆରାମରେ ହାତୀ ପିଠିରେ ଆସି ପୁଣି ଠିଆ ହୋଇଯାଉଛନ୍ତି। ହାତୀ ବି ଯୁବକଙ୍କୁ ଏଥିରେ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଏଲିଫ୍ୟାଣ୍ଟ ଲଭର.ଲଭର ନାମକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓଟି ମାତ୍ର ୭ ସେକେଣ୍ଡର କିନ୍ତୁ ଲୋକମାନେ ଏହି ଯୁବକଙ୍କ ବ୍ୟାକଫ୍ଲିପ୍‌କୁ ବହୁତ ପସନ୍ଦ କରିଛନ୍ତି। ୧ ଲକ୍ଷରୁ ଅଧିକ ଥର ଏହି ଭିଡିଓକୁ ଦେଖାସରିଲାଣି। ହଜାର ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅନେକ ଲୋକ ଭିଡିଓରେ ହାର୍ଟ ଏବଂ ତାଳିମାରିବା ଇମୋଜି ଦେଇଛନ୍ତି।

Share