ଆୟରଲାଣ୍ଡ ପାର୍କରେ ଦେଖିବାକୁ ମିଳିଛି ଗଣେଶଙ୍କ ଅଦ୍ଭୁତ ପ୍ରତିମା

ଡବଲିନ,୨୨।୮:ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହାକୁ କେହି କେହି ବିନାୟକ ଚତୁର୍ଥୀ ବୋଲି ମଧ୍ୟ କହିଥାଆନ୍ତି। ଏହିଦିନ ପ୍ରତିଘରେ ଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ। ଏଥର କରୋନା ମହାମାରୀ ପାଇଁ ସାର୍ବଜନିନ ଭାବେ ଗଣେଶ ପୂଜା ପାଳନ କରାଯାଉ ନାହିଁ। ମନ୍ଦିରରେ ପୂଜା ସମୟରେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ନଜର ଆସିଛି ଆୟରଲାଣ୍ଡରେ ୨୨ ଏକର ପରିମିତ ଏକ ପାର୍କ। ଯେଉଁଠାରେ ପ୍ରଭୁ ଗଣେଶଙ୍କର ଅଦ୍ଭୁତ ପ୍ରତିମା ଦେଖିବାକୁ ମିଳିଛି।

ସଙ୍ଗୀତ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ। ଏହି ପାର୍କରେ ଥିବା ଗଣେଶ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବା ମୁଦ୍ରାରେ ଦେଖାଯାଇଛନ୍ତି। ଗୋଟିଏ ପ୍ରତିମା ଏମିତି ରହିଛି ଯେଉଁଥିରେ ଗଣେଶ ବୀଣା ବାଦନ କରୁଥିବା ସମୟରେ ତାଙ୍କ ବାହନ ମୂଷିକ ତାଙ୍କ ନିକଟରେ ବିଦ୍ୟମାନ ରହିଛି।

ଯେଉଁଠାରେ ୧୦ ଦିନିଆ ଗଣେଶ ପୂଜା ପାଳନ କରାଯାଏ ଏଥର ସେଠାରେ ସେପ୍ଟେମ୍ବର ୧ରେ ଗଣପତିଙ୍କ ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହଛି।

Share