ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍‌ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ୩୬୩୨ ମତାଦାତା ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ। ୨୦୧୭ ନିର୍ବାଚନରେ ଭାଜପା ସମର୍ଥିତ ଆଶାଲତା ସେଠୀ ୩୬୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ନ ଥିବା ଅଭିଯୋଗକୁ ଭିତ୍ତି କରି କୋର୍ଟ ତାଙ୍କ ପଦକୁ ଅସିଦ୍ଧ ଘୋଷଣା କରିବା ପରେ ଏହି ଉପନିର୍ବାଚନ ହେବାକୁ ଯାଉଛି। ବିଜେଡି ସମର୍ଥିତ ମମତା ଦାସ, ଭାଜପାରୁ କବିତା ଦଳେଇ ଓ କଂଗ୍ରେସ ସମର୍ଥିତ ଲିଜାଲତା ମଲ୍ଲିକ ନିଜ ସମର୍ଥକମାନଙ୍କ ସହ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।
ଭାଜପା ଗଡ଼ ଭାବେ ପରିଚିତ ଏହି ପଞ୍ଚାୟତରେ ବିଜୟଲାଭ ପାଇଁ ଶାସକ ଦଳ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛି। ଶାସକ ଦଳ ପକ୍ଷରୁ ଉକ୍ତ ପଞ୍ଚାୟତକୁ ୧୫ ଜୋନ୍‌ରେ ବିଭକ୍ତ କରାଯାଇଛି। ସେହି ଜୋନ୍‌କୁ ଜଣେ ଲେଖାଏ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ଲକ୍‌ସ୍ତରୀୟ ନେତାମାନଙ୍କୁ ବିଭିନ୍ନ ଜୋନର ଦାୟିତ୍ୱ ଅର୍ପଣ କରିବା ପରେ ପଞ୍ଚାୟତସ୍ତରୀୟ ଭାଜପା ଓ କଂଗ୍ରେସ ସମର୍ଥତ୍ତ କର୍ମୀମାନଙ୍କୁ ଶାସକ ଦଳରେ ସାମିଲ କରିବା ଭାଜପା ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଶାସକ ଦଳ ତରଫରୁ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ, ଯୁବନେତା ଅଶୋକ ସାମଲ, ବରୀ ବ୍ଲକ୍‌ ବିଜେଡି ସଭାପତି କେଦାର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ସୁବୋଧ ଜେନା, ପ୍ରାକ୍ତନ ସରପଞ୍ଚ ଆର୍ତ୍ତବନ୍ଧୁ ସାମଲ ପ୍ରମୁଖ ନିର୍ବାଚନର ମଙ୍ଗ ଧରିଛନ୍ତି। ଭାଜପା ଏହି ଉପନିର୍ବାଚନରେ ଦଳର ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଛି। ଭାଜପା ନେତା ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ଅନୁପସ୍ଥିତିରେ ଦଳ ନିଜର ଗଡ ରକ୍ଷା କରିବାକୁ ଜୋରଦାର ପ୍ରୟାସ କରୁଛି। ବରୀ ବ୍ଲକ୍‌ ଅଧ୍ୟକ୍ଷା ସୁବାସିନୀ ଶର୍ମା ପ୍ରାକ୍ତନ ସରପଞ୍ଚ ଦିଲୀପ ମହାନ୍ତି, ମୁକୁନ୍ଦ ସାମଲ, ସମିତିସଭ୍ୟ ଅଙ୍କରୁ ମଲ୍ଲିକ, ଶାନ୍ତନୁ ମଲ୍ଲିକ ପ୍ରମୁଖ ଦଳୀୟ କର୍ମୀମାନଙ୍କୁ ଏକଜୁଟ୍‌ କରି ପ୍ରଚାର କାର୍ଯ୍ୟ ଚାଲୁ ରଖିଛନ୍ତି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତରଫରୁ ଏଠାରେ ପ୍ରାର୍ଥୀ ଦିଆଯାଇ ନ ଥିଲା। ଚଳିତ ଉପନିର୍ବାଚନରେ ଦଳ ନିଜ ସମର୍ଥତ୍ତ ପ୍ରାର୍ଥୀ ଦେଇ ନିର୍ବାଚନରେ ସାମିଲ ହୋଇଛି। କେତେଜଣ ହାତଗଣତି ପଞ୍ଚାୟତସ୍ତରୀୟ ନେତାଙ୍କୁ ଛାଡିଦେଲେ ଦଳ ପାଇଁ କୌଣସି ପ୍ରମୁଖ ବ୍ଲକ୍‌ସ୍ତରୀୟ ନେତୃମଣ୍ଡଳୀ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri