ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ସିଲ କରାଯାଇଛି। ରବି ଋତୁରେ ଚାଷୀଙ୍କ ବିଭିନ୍ନ ଧାନ ମଣ୍ଡିରୁ ନ ଉଠାଇବା, ଜିଲାପାଳଙ୍କ ମିଟିଙ୍ଗକୁ ବେଖାତିର କରିବା, ଚାଷୀଙ୍କ ଧାନ ନ କଣି ଦଲାଲମାନଙ୍କଠାରୁ ଧାନ କିଣିବା ବେନିୟମ ଭାବେ ଧାନ କରିବା ଅଭିଯୋଗ ମଙ୍ଗଳବାର ସିଲ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପେଡି ପ୍ରକ୍ୟୁରମେଣ୍ଟ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରି ମନମାନୀ କରି ପ୍ରକୃତ ଚାଷୀଙ୍କ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ କରିଛି ପ୍ରଶାସନ। ସିଲ କରିବା ସମୟରେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ,ପୋଲିସ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

 

Share