Categories: ଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୧୮।୭: ଜୁଲାଇ ୨୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିବା ଯୋଜନାରେ ଅଛନ୍ତି ବୋଲି ଶୁକ୍ରବାର ସେନା ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଓ ଶାନ୍ତପୂର୍ଣ୍ଣ ଭାବେ ଯାତ୍ରା ଶେଷକରିବା ଲାଗି ସେନା ପ୍ରସ୍ତୁତ ରହିଛି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ୯ ରାଷ୍ଟ୍ରୀୟ ରାଇଫଲ୍‌ସ ସେକ୍ଟର କମାଣ୍ଡର, ବ୍ରିଗେଡିୟର ଭି.ଏସ୍‌. ଠାକୁର କହିଛନ୍ତି, ଜାତୀୟ ରାଜପଥ-୪୪ରେ ଆତଙ୍କବାଦୀମାନେ ଆକ୍ରମଣ ଲାଗି ଯୋଜନା କରୁଥିବା ଖବର ମିଳିଛି।

Share