Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ,୯ ।୭: ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ପରେ ଏବେ ସେଠାରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି । ତେବେ ବାଦଲ ଫଟା ବର୍ଷା ଓ ଭୂକମ୍ପ ଗୋଟିଏ ସମୟରେ ହୋଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୨୧ରେ ଭୂକମ୍ପ ହୋଇଥିବା କୁହାଯାଉଛି । ଶୁୂକ୍ରକାର ଜମ୍ମ କଶ୍ମୀରରେ ଏକାସାଙ୍ଗରେ ବାଦଲ ଫଟା ବର୍ଷାରେ ୧୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଓ ଭୂକମ୍ପକୁ ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଛନ୍ତି । ହେଲେ ଉଦ୍ଧାରକାରୀ ଦଳ ଓ ସୁରକ୍ଷାକର୍ମୀ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିବାରୁ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚିଯାଇଛି ।

Share