Categories: ଜାତୀୟ

କଶ୍ମୀର ଡାକ୍ତରଙ୍କ ଛୁଟି ବାତିଲ

ଜମ୍ମୁ,୯ ।୭: ଅମରନାଥରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହ କେତେଜଣ ନିଖୋଜ ହୋଇଯାଇଥିବା ବେଳେ ଆଉ କେତେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଶ୍ମୀର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ଛୁଟିକୁ ବାତିଲ କରିଛନ୍ତି । ନିର୍ଦ୍ଦେଶାଳୟ କହିଛି ସ୍ଥାୟୀ ହୁଅନ୍ତୁ ଅବା ଅସ୍ଥ୍ରାୟୀ ସମସ୍ତ କର୍ମଚାରୀ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟି ନେଇପାରିବେ ନାହିଁ । ଏହାସହ ସମସ୍ତ ଅଧିକାରୀ ୨୪ ଘଣ୍ଟା ସେମାନଙ୍କ ମୋବାଇଲ ଅନ୍ ରଖିବାକୁ କୁହାଯାଇଛି । ଏପଟେ ବାଦଲ ଫଟା ବର୍ଷାଯୋଗୁ ହୋଇଥିବା ଦୁର୍ଘଟଣାେରେ ଉଦ୍ଧାର କାର୍ଯ୍ୟରେ ୫ହଜାର ସୁରକ୍ଷାର୍କମୀ ଓ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଅମରନାଥରେ ବାଦଲ ଫଟା ବର୍ଷାଯୋଗୁ ପାହାଡ ଧୋଇ ଯିବାରୁ ଅନେକ ଯାତ୍ରୀ ଆଶ୍ରୟସ୍ଥଳ କ୍ଷତିଗ୍ରସ୍ତ ହୋଇଥିଲା । କେହିକିଛି ବୁଝିବା ପୂର୍ବରୁ କାଦୁଅ ମାଟିରେ ଭାସିଯାଇଥିଲେ କିଛି ଲୋକ । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହ ଅତିରିକ୍ତ ହେଲିପ୍ୟାଡ ତିଆରି କରି ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲା । ସେପଟେ ବାଦଲ ଫଟା ବର୍ଷା ଯୋଗୁ ଅଗଷ୍ଟରେ ଶେଷ ହେବାକୁ ଥିବା ଅମରନାଥ ଯାତ୍ରାକୁ ଜୁଲାଇ ୯ରୁ ବନ୍ଦ କରି ଦିଆଯାଇଛି ।

Share