Posted inଖେଳ

ଓଡ଼ିଶା ଏଫ୍‌ସି ସହ ଅମରିନ୍ଦରଙ୍କ ନୂଆ ଚୁକ୍ତି

ଭୁବନେଶ୍ୱର, ୧୩ା୫(ସ୍ପୋଟର୍‌ସ ବ୍ୟୁରୋ): ଅମରିନ୍ଦର ସିଂ ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିବା ଓଡ଼ିଶା ଏଫ୍‌ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଫଳତଃ ସେ ଏହି କ୍ଲବ ସହ ୨୦୨୬ ପର୍ଯ୍ୟନ୍ତ ରହିବେ। ୨୦୨୩ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ରେ ଓଡ଼ିଶା ଏଫ୍‌ସି ପାଇଁ ସବୁଠାରୁ ସଫଳ ସିଜନ ରହିଥିଲା। ଦଳ ପ୍ରଥମ ଥର ସୁପର କପ୍‌ ଟାଇଟଲ ବିଜେତା ହୋଇଥିଲା। ଦଳର ସଫଳତା ପଛରେ ଅମରିନ୍ଦରଙ୍କର ବିଶେଷ ଭୂମିକା ରହିଥିଲା। ସୁପର କପ୍‌ରେ ସେ ଶ୍ରେଷ୍ଠ ଗୋଲ୍‌କିପର ଭାବେ ପୁରସ୍କୃତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ମଧ୍ୟ ଅମରିନ୍ଦରଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ସେ ଗୁରପ୍ରୀତ୍‌ ସିଂ ସାନ୍ଧୁଙ୍କ ସହ ଶ୍ରେଷ୍ଠ ଗୋଲ୍‌କିପର ପୁରସ୍କାର ପାଇଥିଲେ। ୨୯ ବର୍ଷୀୟ ଏହି ଶଟ୍‌ ଷ୍ଟପର କ୍ଲବ ପାଇଁ ସ୍ଥିର ପ୍ରଦର୍ଶନ କରି ଆସିଥିଲେ। ଏହି ହିରୋ ଆଇଏସ୍‌ଏଲ୍‌ ସିଜନରେ ସେ କ୍ଲବ ତରଫରୁ ୨୧ ଥର ଖେଳିଛନ୍ତି। ତାଙ୍କର ଗୋଲରକ୍ଷଣ ହାର ୬୨%, କ୍ୟାଚ ସଂଖ୍ୟା ୧୧୨, ନଖୁଣ ପାସିଂ ହାର ୬୧% ରହିଛି। ପୁନଶ୍ଚ ସେ ଏକମାତ୍ର ଗୋଲକିପର ଭାବେ ଏକ ଗୋଲ୍‌ରେ ସହାୟତା କରିଥିଲେ। ସୂଚନାଯୋଗ୍ୟ, ଜଣେ ଗୋଲକିପର ହିସାବରେ ଅମରିନ୍ଦର ମୁମ୍ବାଇ ସିଟି ସହ ସିଜନ ପଦାର୍ପଣ କରି ‘ଗୋଲ୍ଡେନ ଗ୍ଲୋଭ୍‌’ ଜିତିଥିଲେ। ୨୩ଟି ମ୍ୟାଚରେ ତାଙ୍କ କ୍ଲିନ୍‌ ଶିଟ୍‌ ସଂଖ୍ୟା ୧୦ ରହିଥିଲା। ଫଳରେ ଲିଗ୍‌ରେ ତାଙ୍କ ମୋଟ୍‌ କ୍ଲିନ ଶିଟ୍‌ ସଂଖ୍ୟା ୩୭ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri