Categories: ଜାତୀୟ

ଆସନ ବଞ୍ଚାଇ ପାରିଲେ ନାହିଁ ଦୁଇ ଥର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପଟିଆଲା ଅର୍ବାନରେ ପରାସ୍ତ ହୋଇଛନ୍ତି। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆମ ଆଦମି ପାର୍ଟି (ଏଏପି) ପ୍ରାର୍ଥୀ ଅଜିତ ପାଲ ସିଂ କୋହଲି ହରାଇ ଦେଇଛନ୍ତି। କେବଳ ଏହି ଆସନରେ ନୁହେଁ ପୂରା ପଞ୍ଜାବରେ ବିପୁଳ ବିଜୟ ହାସଲ କରିଛି ଅରବିନ୍ଦ କେଜରିଓ୍ବାଲଙ୍କ ପାର୍ଟି। ୧୧୭  ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ନ ଥିଲେ ମଧ୍ୟ ଅପରାହ୍ନ ୧୨ ସୁଦ୍ଧା ଗଣତିରେ ଏଏପି ୯୦ ଆସନରେ ଆଗୁଆ ଅଛି। ପୂର୍ବରୁ ସରକାରରେ ଥିବା କଂଗ୍ରେସ ୧୮ ଆସନରେ ସୀମିତ ରହିଛି।

Share