Categories: ଜାତୀୟ

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ୍‌ କରିଛନ୍ତି। ଅମରିନ୍ଦର ଅନ୍ନଦାତାଙ୍କ ଆନ୍ଦୋଳନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଏହା ଯୋଗୁ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଥିବା ସେ କହିଛନ୍ତି। ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ ବୋଲି ସାକ୍ଷାତ୍‌ ସମୟରେ ଶାହାଙ୍କୁ ଅମରିନ୍ଦର କହିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ସ୍ଥିତିକୁ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

Share