Categories: ଜାତୀୟ

ପରଲୋକରେ ଅମର ସିଂହ

ନୂଆଦିଲ୍ଲୀ,୧।୮: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ ସମାଜବାଦୀ ପାର୍ଟୀ ନେତା ଅମର ସିଂହଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କିଛି ମାସ ପୂର୍ବରୁ ସିଙ୍ଗାପୁରରେ ତାଙ୍କର ଚିକିତ୍ସା କରାଯାଉଥିଲା।

ପ୍ରକାଶ ଯେ, ୨୦୧୩ରେ ଅମରଙ୍କ କିଡନୀ ଫେଲ ହୋଇଥିଲା। ୨୦୧୬ରେ ସେ ରାଜନୈତିକ ଜୀବନକୁ ପୁଣି ଫେରିଥିଲେ। ଚଳିତ ବର୍ଷ ୨୦୨୦ ମାର୍ଚ୍ଚରେ ତାଙ୍କ ନିଧନ ହୋଇଥିବା ନେଇ ଗୁଜବ ଉଠିଥିଲା। ପରେ ସେ ସୁସ୍ଥ ଥିବା ଜଣାପଡ଼ିଥିଲା।

Share