କର୍ମଚାରୀ ବୋଝ ନେବାକୁ ଅମଙ୍ଗ ଟିପିସିଏଲ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରୁଛନ୍ତି। ହେଲେ ଘରୋଇ କମ୍ପାନୀ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାରୁ ଲାଭବାନ ହେଉଥିବାବେଳେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍‌ ସେବା ମିଳିବା ବଦଳରେ ରାଜକୋଷ ଉପରେ ଋଣର ପାହାଡ଼ ଛିଡ଼ା ହୋଇଯାଉଛି। କେବଳ ସେତିକି ନୁହେଁ, ଦୁର୍ବଳ ଭିତ୍ତିଭୂମି ଯୋଗୁ ବୈଷୟିକ ଓ ବାଣିଜି୍ୟକ କ୍ଷତି ମଧ୍ୟ ବଢିଯାଉଛି। ଗ୍ରୀଡ୍‌କୋ ଏବଂ ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌)ର ବକେୟା ବିଦ୍ୟୁତ୍‌ ଦେୟକୁ ରାଜ୍ୟର ୪ ବିଦ୍ୟୁତ୍‌ ବିତରଣ କମ୍ପାନୀ ସେସୁ, ନେସ୍‌କୋ, ସାଉଥ୍‌କୋ ଏବଂ ୱେସ୍‌କୋ ପଇଠ କରୁନାହାନ୍ତି। ଏପରି ସ୍ଥଳେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ସେସୁ ସମ୍ପତ୍ତିକୁ ମାତ୍ର ୩୫୦ କୋଟି ଟଙ୍କାରେ ଆକଳନ କରି ପୁଣି ଏକ ଘରୋଇ କମ୍ପାନୀ ଟାଟା ପାୱାର କମ୍ପାନୀ ଲିମିଟେଡ୍‌(ଟିପିସିଏଲ) ହାତକୁ ଟେକି ଦେବା ଘଟଣାକୁ ନେଇ ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ ପ୍ରଶ୍ନ ଉଠାଇଛି। ସେସୁ ଉପରେ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ର ପ୍ରାୟ ୨୦୧୧ କୋଟି ଟଙ୍କା ବକେୟା ପଡ଼ିଛି। ବକେୟା ଟଙ୍କା ପାଇବା ପାଇଁ ଓପିଟିସିଏଲ ଓଇଆରସିକୁ ଚିଠି ଲେଖିଛି। ଅପରପକ୍ଷରେ ଟିପିସିଏଲ୍‌ ସେସୁର ପରିଚାଳନା ଭାର ନେବା ପରେ ଏବେ ସେସୁ କର୍ମଚାରୀଙ୍କ ବୋଝ ବୋହିବାକୁ କମ୍ପାନୀ ଅମଙ୍ଗ ହୋଇଛି। ଚୁକ୍ତିରେ ସଂଶୋଧନ ଆଣିବା ପାଇଁ ଓଇଆର୍‌ସି ନିକଟରେ ଏକ ରିଭ୍ୟୁ ପିଟିଶନ ଦାଏର କରିଛି, ଯାହାର ଶୁଣାଣି ଜୁଲାଇ ୨୮ ମଙ୍ଗଳବାର ହେବା ସମ୍ଭାବନା ରହିଛି।
ଉପଭୋକ୍ତାଙ୍କୁ ଉତ୍ତମ ବିଦ୍ୟୁତ୍‌ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୧୯୯୯ରେ ରାଜ୍ୟ ବିଦ୍ୟୁତ୍‌ ବୋର୍ଡକୁ ଭାଙ୍ଗି ସମଗ୍ର ବିଦ୍ୟୁତ ବ୍ୟବସ୍ଥାକୁ ଘରୋଇକରଣ କରିଥିଲେ। ତତ୍କାଳୀନ ସେସ୍‌କୋକୁ ଆମେରିକାସ୍ଥିତ କମ୍ପାନୀ ଏଇଏସ୍‌ ହାତରେ ଟେକି ଦିଆଯାଇଥିଲା। ଉକ୍ତ କମ୍ପାନୀ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପରିବର୍ତ୍ତେ ଦେବାଳିଆ କରି ୨୦୦୨ରେ ଛାଡ଼ି ଚାଲି ଯାଇଥିଲା। ସେବେଠାରୁ ଓଇଆର୍‌ସି ପ୍ରଶାସକ ନିଯୁକ୍ତ କରି ସେସୁକୁ ଚଳାଇ ଆସୁଥିଲେ। ଦୀର୍ଘ ଦୁଇ ଦଶନ୍ଧିକାଳ ଚଳାଇବାପରେ ୨୦୨୦ଜୁନ୍‌ ପହିଲାରୁ ସେସୁର ପରିଚାଳନା ଭାର ଟାଟା ପାୱାର ଟିପିସିଏଲ୍‌କୁ ହସ୍ତାନ୍ତର କରାଯାଇଛି। ଏହି କମ୍ପାନୀ ଏବେ ସେସୁ ବଦଳରେ ଟାଟା ପାଓ୍ବାର ସେଣ୍ଟ୍ରାଲ୍‌ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ୍‌) ନାମରେ ପରିଚାଳନା କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଡ୍‌କୋ ଏବଂ ଟିପିସିଏଲ୍‌ ମଧ୍ୟରେ ଏ ନେଇ ଚୁକ୍ତି ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ୪୯ ପ୍ରତିଶତ ଅଂଶଧନ ଥିବାବେଳେ ଟିପିସିଏଲର ୫୧ପ୍ରତିଶତ ଅଂଶଧନ ରହିଛି। ଚୁକ୍ତି ଅନୁଯାୟୀ ଟାଟା ପାୱାର ସେସୁକୁ ପରିଚାଳନା କରିବା ସହ ଉନ୍ନତ ସେବା, ବୈଷୟିକ ଓ ବାଣିଜି୍ୟକ କ୍ଷତି କମାଇବା, ନୂତନ ପ୍ରକଳ୍ପ ପାଇଁ ପୁଞ୍ଜିନିବେଶ ଇତ୍ୟାଦି କରିବ। ଏଥିସହିତ ସେସୁରେ ଥିବା ୪,୯୧୭ ସ୍ଥାୟୀ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ରକ୍ଷା କରିବା ସହ ୪୩୫ଠିକା କର୍ମଚାରୀଙ୍କୁ ମଧ୍ୟ ରଖିବାକୁ ଚୁକ୍ତିରେ ଉଲ୍ଲେଖ ରହିଥିଲା। ଏପରି କି ସେସୁର କାୈଣସି ବକେୟା ବୋଝକୁ ଟିପିସିଏଲ ବହନ କରିବ ନାହିଁ। କେବଳ ଆସନ୍ତା ୫ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ଉପରେ ବକେୟା ଥିବା ୨୦୦ କୋଟି ବିଦ୍ୟୁତ ବିଲ୍‌ ପଇଠ କରିବ ବୋଲି ଚୁକ୍ତିରେ ଉଲ୍ଲେଖ କରାଯାଇଛି। ହେଲେ ଏବେ ସେସୁ
କର୍ମଚାରୀଙ୍କ ବୋଝ ବୋହିବାକୁ କମ୍ପାନୀ ଅମଙ୍ଗ ହୋଇଛି। କର୍ମଚାରୀଙ୍କ ପୁରୁଣା ଚାକିରି ସର୍ତ୍ତାବଳୀକୁ ଟିପିସିଏଲ୍‌ ମାନିବାକୁ ନାରାଜ। କମ୍ପାନୀ ନିଜ ଅଧୀନରେ ରଖି କର୍ମଚାରୀଙ୍କୁ ପରିଚାଳନା କରିବାକୁ ଚାହୁଁଛି। ଏପରି କି ଉକ୍ତ ସର୍ତ୍ତାବଳୀକୁ ସଂଶୋଧନ କରିବା ଏବଂ ବୈଷୟିକ ଓ ବାଣିଜି୍ୟକ କ୍ଷତି ହ୍ରାସ ପାଇଁ ଥିବା ନିୟମକୁ ପରିବର୍ତ୍ତନ କରିବା ପାଇଁ ଟିପିସିଏଲ ଓଇଆରସି ନିକଟରେ ଗତ ମାସରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଛି, ଯାହାକି ଓଇଆର୍‌ସି ମାମଲା ନଂ.୨୭/୨୦୨୦ରେ ପଞ୍ଜୀକୃତ ହୋଇଛି।
ସୂଚନାଯୋଗ୍ୟ ଯେ ବିଦ୍ୟୁତ୍‌ କିଣା ବାବଦରେ ଗ୍ରୀଡ୍‌କୋର ସେସୁ ଉପରେ ୨ହଜାର କୋଟି ଟଙ୍କା ବକେୟା ଥିବାବେଳେ ଓପିଟିସିଏଲ୍‌ର ୧୧କୋଟି ବକେୟା ରହିଛି। ଏହି ଅର୍ଥ କିପରି ଆଦାୟ ହେବ ଓ ଗ୍ରୀଡ୍‌କୋକୁ ପଇଠ କରାଯିବ ସେ ନେଇ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇନାହିଁ। ଚୁକ୍ତି ପୂର୍ବରୁ ରାଜ୍ୟ ସରକାର, ଗ୍ରୀଡ୍‌କୋ କିମ୍ବା ଓପିଟିସିଏଲର ମତାମତ ଲୋଡ଼ାଯାଇଥିଲା। ତେବେ ଉକ୍ତ ଦୁଇ କମ୍ପାନୀ ନିଜର ବକେୟା ଅର୍ଥ ପଇଠ କରିବା ନେଇ ପଦକ୍ଷେପ ନେବାକୁ ଓଇଆର୍‌ସିକୁ ନିବେଦନ କରିଥିଲେ। ତେବେ ସେନେଇ ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନାହିଁ। ବକେୟା ଅର୍ଥ କିପରି ମିଳିବ ସେନେଇ ଉଭୟ ସଂସ୍ଥା ସନ୍ଦୀହାନ ହୋଇ ପଡ଼ିଛନ୍ତି। କାୈଣସି ଜନଶୁଣାଣି ନ କରି କାହା ସ୍ବାର୍ଥରେ ୫ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିକୁ ତରବରିଆ ଭାବେ ଟେକିଦିଆଗଲା ବୋଲି ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି।
ବକେୟା ସମ୍ପର୍କରେ ଗ୍ରୀଡ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବକେୟା ବିଷୟରେ ଓଇଆର୍‌ସିଙ୍କୁ ଜଣାଇ ଦିଆଯାଇଛି। ଉପଭୋକ୍ତାଙ୍କ ଠାରୁ ଟିପିସିଏଲ ଅର୍ଥ ଆଦାୟ କରି ପଇଠ କରିବା ନେଇ ବ୍ୟବସ୍ଥା ହେବ ବୋଲି କହିଛନ୍ତି। ସେହିପରି ଓପିଟିସିଲ୍‌ ଅଧିକାରୀଙ୍କ କହିବା ହେଲା, ସେସୁ ଉପରେ ଆମର ପ୍ରାୟ ୧୨କୋଟି ଟଙ୍କା ବକେୟା ରହିଛି। ଘରୋଇକରଣ ପୂର୍ବରୁ ଆମକୁ ଏନେଇ କିଛି ପଚରାଯାଇ ନାହିଁ। ଟଙ୍କା ପାଇବା ପାଇଁ ଆମେ ଓଇଆର୍‌ସିଙ୍କୁ ଚିଠି ଲେଖି ଜଣାଇଛୁ। ଗ୍ରୀଡ୍‌କୋ ସିଏମ୍‌ଡି ସୌରଭ ଗର୍ଗ ଗ୍ରୀଡ୍‌କୋ ବକେୟା ବିଷୟରେ ଶକ୍ତି ବିଭାଗ ସଚିବ କହିପାରିବେ ବୋଲି କହିଥିବାବେଳେ ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri