ଓଡ଼ିଶାର ଆଉ ୬ଟି ସହରରେ ଚାଲିବ ‘ଆମ ବସ୍’

ପୁରୀ, ୧୨/୯: ରାଜଧାନୀ ଅଞ୍ଚଳ ନଗର ପରିବହନ (CRUT) ଓଡ଼ିଶାର ଆଉ ୬ଟି ସହରାଞ୍ଚଳରେ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚାଲାଇବାକୁ ଯୋଜନା କରିଛି। ରାଜ୍ୟରେ ‘ଆମ ବସ୍’ ସେବାର ବିସ୍ତାର ଅନ୍ତର୍ଗତ ଏହି ଇ-ବସ୍ଗୁଡ଼ିକ ପ୍ରବେଶ କରିବ। CRUT ର ୫୦ତମ ବୋର୍ଡ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡ଼ା, ବ୍ରହ୍ମପୁର ଏବଂ ସମ୍ବଳପୁରରେ ଏହି ଇ-ବସ୍ଗୁଡ଼ିକ ଚାଲାଇବାକୁ ଯୋଜନା ରହିଛି। CRUT ଏକ ବୟାନରେ କହିଛି, ସମସ୍ତ ନୂଆ ବସ୍ଗୁଡ଼ିକୁ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଅତ୍ୟାଧୁନିକ ଡ୍ରାଇଭର୍ ସହାୟତା ସିଷ୍ଟମ୍ (ଏଡିଏଏସ୍) ସହ ସଜ୍ଜିତ କରାଯିବ।

ପୁରୀର ସମଙ୍ଗାରେ ଇ-ବସ୍ଗୁଡ଼ିକ ପାଇଁ ଏକ ଆଧୁନିକ ଡିପୋ ସ୍ଥାପନ କରାଯିବ, ଯାହା ତୀର୍ଥନଗରୀରେ ବସ୍ ଚାଳନାକୁ ସୁଗମ କରିବ ବୋଲି ସିଆର୍ୟୁଟି ଜଣାଇଛି।

ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, CRUT ୬୭୦ଟି ‘ଆମ ବସ୍’ର ଏକ ବିଶୀଷ୍ଟ ସର୍ବସୁବିଧାଜନକ ସାର୍ବଜନିକ ପରିବହନ ବ୍ୟବସ୍ଥା ଗଢ଼ିଛି, ଯେଉଁଥିରେ ୨୯୦ଟି ଇ-ବସ୍ ଅନ୍ତର୍ଭୁକ୍ତ। ୧,୩୯୯ କିଲୋମିଟର୍ ନେଟୱର୍କରେ ୨,୦୯୯ଟି ବସ୍ ଷ୍ଟପ୍ ସହ ୧୧୫ଟି ରୁଟ୍‌ରେ ପରିଚାଳନା ହେଉଛି। ପ୍ରତିଦିନ ୩ଲକ୍ଷରୁ ଅଧିକ ଯାତ୍ରୀ ଏହାର ସେବା ନେଉଛନ୍ତି।

ଡିଜିଟାଲ୍ ରୂପାନ୍ତରଣରେ CRUT ‘ଆମ ବସ୍’ ଆପ୍, ଏଟିଭିଏମ୍, ‘ଆମ ବସ୍’ କାର୍ଡ୍, ଓଡ଼ିଶା ପାଇଁ ରାଷ୍ଟ୍ରୀୟ ସାଧାରଣ ମୋବିଲିଟି କାର୍ଡ୍ (ଏନସିଏମ୍ସି) ଏବଂ ଓ୍ହାଟ୍ସ୍ଆପ୍ ଆଧାରିତ ଟିକେଟିଂ ସିଷ୍ଟମ୍ ଚାଲୁ କରିଛି।

ପୂର୍ବରୁ, ରାଜ୍ୟ ସରକାର ‘ଆମ ବସ୍’ ଟିକେଟ୍ ଏବଂ ଚିଲିକା ହ୍ରଦରେ ଫେରି ସେବା ପାଇଁ ଅନଲାଇନ୍ ବୁକିଂ ଚାଲୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri