Categories: ଜାତୀୟ

ଧୋତି, କୁର୍ତ୍ତା ପିନ୍ଧି ଅଯୋଧ୍ୟା ଅଭିମୁଖେ ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବେଶଭୂଷା ମଧ୍ୟ ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି। ସାଧାରଣତଃ ଚୁଡିଦାର ପାଇଜାମା ଏବଂ କୁର୍ତ୍ତା ପିନ୍ଧୁଥିବା ପ୍ରଧାନମନ୍ତ୍ରୀ ଧୋତି ଏବଂ ସୁବର୍ଣ୍ଣ କୁର୍ତ୍ତା ପିନ୍ଧିଛନ୍ତି। ସକାଳ ୧୧.୩୦ରେ ସେ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ପହଞ୍ଚିବେ। ସୂଚନାଯୋଗ୍ୟ, ପିତାମ୍ବରୀ ଧୋତି ଏବଂ ସୁବର୍ଣ୍ଣ କୁର୍ତ୍ତା ପିନ୍ଧି ପ୍ରଧାନମନ୍ତ୍ରୀ ତାଙ୍କ ସ୍ବତନ୍ତ୍ର ବିମାନରେ ଲକ୍ଷ୍ନୌ ଯାଇଛନ୍ତି। ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ମୋଦି ମଧ୍ୟ ସ୍ବତନ୍ତ୍ର ପୋଷାକ ପିନ୍ଧିଛନ୍ତି। ହିନ୍ଦୁ ଧର୍ମରେ ସୁବର୍ଣ୍ଣ ଏବଂ ହଳଦିଆ ରଙ୍ଗ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପ୍ରଧାନମନ୍ତ୍ରୀଙ୍କ ପୋଷାକ ମଧ୍ୟ ଏହା ସହ ଜଡିତ ଅଛି।

Share