Categories: ଫୁରସତ

ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ

ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍‌) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ ବିଷୟରେ ଅବଗତ ହେବା ନିହାତି ଦରକାର। ୧୯୯୪ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ‘ବିଶ୍ୱ ଆଲଜିମର୍ସ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତବର୍ଷ ଏହି ଅବସରରେ ମିଳିତ ଜାତିସଂଘ ପକ୍ଷରୁ ଘୋଷିତ ସ୍ଲୋଗାନ୍‌ଟି ହେଲା-”ଡିମେନ୍‌ସିଆକୁ ଜାଣିବା, ଆଲଜିମର୍ସକୁ ବି ଜାଣିବା“(ନୋ ଏବାଉଟ୍‌ ଡିମେନ୍‌ସିଆ, ଅଲ୍‌ସୋ ନୋ ଏବାଉଟ୍‌ ଆଲଜିମର୍ସ)। ଲୋକଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ପ୍ରକୃତପକ୍ଷେ ଆଲଜିମସର୍ର୍ ଏକ ବୟସଜନିତ ରୋଗ। ବୟସ ବଢ଼ିବା ସହ ମଣିଷର ଶାରୀରିକ, ମାନସିକ ଓ ବ୍ୟବହାର କ୍ଷେତ୍ରରେ ଏହି ରୋଗ ପରିବର୍ତ୍ତନ ଆଣିଥାଏ। ଏହା ରୋଗୀର ଶରୀରକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦିଏ। ସେହିପରି ଆମ ମସ୍ତିଷ୍କରେ ଥିବା ସ୍ନାୟୁ କୋଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ, ଯାହାକୁ ‘ଡିମେନ୍‌ସିଆ’ କୁହନ୍ତି। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଅମ୍ଳଏଡ୍‌, ଏକ ଲିଭର୍‌ ପ୍ରୋଟିନ୍‌, ଯାହା ଆମ ଶରୀରରେ ଆଲ୍‌ଜିମର୍ସ ରୋଗ ସୃଷ୍ଟି କରିଥାଏ। ଅମ୍ଲଏଡ୍‌ର ଅନ୍ୟ ରୂପ ବେଟା-ଅମ୍ଲଏଡ। ଏଗୁଡ଼ିକ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକୁ ଦୁର୍ବଳ କରିବା ସହ ଏହାର କାର୍ଯ୍ୟଧାରାରେ ବାଧା ସୃଷ୍ଟି କରେ ବୋଲି ଅଷ୍ଟ୍ରେଲିଆ କର୍‌ଟିନ୍‌ ୟୁନିଭର୍‌ସିଟି ବିଶେଷଜ୍ଞଙ୍କ ଦ୍ୱାରା ଏକ ଗବେଷଣାରୁ ଜଣାପଡ଼ିଛି।

Share