ଏହି ୩ କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ, ଜୀବନରେ ନିଶ୍ଚିତ ସଫଳତା ମିଳିବ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। କୁହାଯାଏ, ଯିଏ ଆଚାର୍ଯ୍ୟଙ୍କ ନୀତି ଅନୁସରଣ କରେ, ସେହି ବ୍ୟକ୍ତି ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୁଏ ନାହିଁ ଏବଂ ସର୍ବଦା ସଫଳତା ପାଇଥାଏ। ସେ କହିଛନ୍ତି, ଜଣେ ବ୍ୟକ୍ତି ସର୍ବଦା କେଉଁ ଜିନିଷକୁ ଗୁପ୍ତ ରଖିବା ଉଚିତ।

ଚାଣକ୍ୟ ଏହି ପଦରେ କହିଛନ୍ତି, କୁମିତ୍ରଙ୍କୁ କେବେବି ବିଶ୍ୱାସ କରିବା ଉଚିତ ନୁହେଁ। ଏହା ବ୍ୟତୀତ, ବନ୍ଧୁମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରାଯିବା ଉଚିତ ନୁହେଁ। କାରଣ ଏମିତି ସମୟ ଆସିବ ସେହି ବନ୍ଧୁମାନେ ହିଁ କ୍ରୋଧରେ ତୁମର ଗୁପ୍ତ କଥା ପ୍ରକାଶ କରିପାରନ୍ତି। ଏହି କାରଣରୁ, ତୁମର ଗୁପ୍ତ କଥା ସବୁବେଳେ ଉଚାଇ ରଖିବା ଉଚିତ। ଗୁପ୍ତ କଥାକୁ କୌଣସି ଲୋକଙ୍କୁ କହିବା ଉଚିତ ନୁହେଁ।

ଏହି ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ମନରେ ଚିନ୍ତା କରୁଥିବା କାର୍ଯ୍ୟକୁ କଦାପି କହିବା ଉଚିତ ନୁହେଁ। ଏହାକୁ ସର୍ବଦା ମନ୍ତ୍ର ପରି ଗୁପ୍ତ ରଖିବା ଉଚିତ ଏବଂ ଏହାକୁ ସୁରକ୍ଷିତ ରଖିବା ଉଚିତ। ଏହା ଉପରେ କାମ କରିବା ପରେ ମଧ୍ୟ ତୁମେ କାହାକୁ କହିବା ଉଚିତ ନୁହେଁ। ଫଳରେ ବ୍ୟକ୍ତିଙ୍କୁ ସର୍ବାଧିକ ସଫଳତା ମିଳିଥାଏ।