Categories: ଜାତୀୟ

ସାମ୍ବାଦିକଙ୍କୁ ଘରେ ନ ପାଇ ଫେରି ଆସିଲା ପୋଲିସ ଟିମ୍‌

ଜୟପୁର,୯।୫: ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଏବଂ ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଟିଭି ସାମ୍ବାଦିକ ଅମନ ଚୋପ୍ରାଙ୍କୁ ଗିରଫ କରିବା ଲାଗି ରାଜସ୍ଥାନର ଏକ ପୋଲିସ ଟିମ୍‌ ଉତ୍ତରପ୍ରଦେଶର ନୋଏଡାରେ ପହଞ୍ଚତ୍ଛି। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ ହୋଇଛି। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଭଙ୍ଗାରୁଜାର ପ୍ରତିଶୋଧ ସ୍ବରୂପ ରାଜସ୍ଥାନ ସରକାରଙ୍କ ଦ୍ୱାରା ଅଲଓ୍ବାର ଜିଲାର ରାଜଗଡ଼ରେ ମନ୍ଦିର ଭଙ୍ଗାଯାଇଥିଲା ବୋଲି ଚୋପ୍ରା ମିଥ୍ୟା ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଥିଲା। ବୁନ୍ଦ୍‌ି ଏବଂ ଅଲ୍‌ଓ୍ବାର ଜିଲାରେ ଦାଏର ଏତଲା ବିରୋଧରେ ସେ ରାଜସ୍ଥାନ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିବା ବେଳେ ଡୁଙ୍ଗରପୁର ଜିଲାର ଏକ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି। ପୋଲିସ ଟିମ୍‌ ଚୋପ୍ରାଙ୍କ ବାସଭବନକୁ ଯାଇଥିଲେ ହେଁ ତାଙ୍କୁ ନ ପାଇ ଫେରିଆସିଥିଲା ବୋଲି ଡୁଙ୍ଗରପୁର ଏସ୍‌ପି ସୁଧୀର ଜୋଷୀ କହିଛନ୍ତି।

Share