Posted inଖେଳ

ଅଲ୍‌ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍‌ ଟାଇଟଲ

ସାନ୍‌ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍‌ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍‌ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍‌ ସୁପର ମିଡିଲଓ୍ବେଟ୍‌ ଚାମ୍ପିୟନଶିପ୍‌ ଏବଂ ଖାଲିପଡ଼ିଥିବା ଡବ୍ଲ୍ୟୁବିସି ସୁପର ମିଡିଲଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଚଳିତବର୍ଷରେ ତାଙ୍କର ଏହି ଏକମାତ୍ର ବାଉଟ୍‌ରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦୁଇଜଣ ଜଜ୍‌ ଏହି ବାଉଟ୍‌ରେ ୧୧୯-୧୦୯ ଏବଂ ତୃତୀୟ ଜଜ୍‌ ୧୧୭-୧୧୧ ସ୍କୋର ଦେଇଥିଲେ। ତେବେ ସର୍ବସମ୍ମତି ନିଷ୍ପତ୍ତିରେ ଅଲ୍‌ଭାରେଜ ବିଜୟୀ ଘୋଷିତ ହୋଇଥିଲେ। ୫ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଅଲ୍‌ଭାରେଜ ୬.୩ ଫୁଟ୍‌ ଉଚ୍ଚ ସ୍ମିଥ୍‌ଙ୍କ ବିପକ୍ଷରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ। ଅଲ୍‌ଭାରେଜ ପୂର୍ବରୁ ଆର୍ଲିଙ୍ଗଟନଠାରେ ଏଟିଆଣ୍ଡ୍‌ଟି ଷ୍ଟାଡିୟମରେ କାଲମଙ୍କ ବଡ଼ ଭାଇ ଲିଆମ୍‌ଙ୍କୁ ପରାସ୍ତ କରିଥିଲେ। ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, ୯ରାଉଣ୍ଡ ବିଶିଷ୍ଟ ନକ୍‌ ଆଉଟ୍‌ ପାଇଁ କାଲମ ପ୍ରତିଶୋଧ ନେବେ। ମାତ୍ର ଯୁବ ବକ୍ସର ସ୍ମିଥ୍‌ଙ୍କ ବିପକ୍ଷରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଅଲ୍‌ଭାରେଜ ଓ ସ୍ମିଥ୍‌ଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, T20 ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୭।୩: ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri